ପୋଷ୍ଟ ଅଫିସର ଏହି ମନ୍ଥଲୀ ଇନକମ୍‌ ସ୍କିମରେ ସ୍ୱାମୀ-ସ୍ତ୍ରୀ ଆୟ କରିପାରିବେ ବାର୍ଷିକ ୫୯,୪୦୦ ଟଙ୍କା, ଜାଣନ୍ତୁ କେମିତି

ଛୋଟ ଛୋଟ ସଞ୍ଚୟ ବଡ ବଡ ସଂକଟ ବେଳେ କାମରେ ଆସିଥାଏ। ଏଥିପାଇଁ ସଞ୍ଚୟ କରିବା ବହୁତ ଜରୁରୀ ହୋଇଥାଏ। ଆପଣଙ୍କୁ ବହୁତ ବଡ ବିପଦ ବେଳେ ସାହାଯ୍ୟ କରିଥାଏ ଛୋଟ ଛୋଟ ସଞ୍ଚୟ। ଏଥିପାଇଁ ଆପଣ ପୋଷ୍ଟ ଅଫିସର ଏହି ଯୋଜନାରେ ନିବେଶ କରିପାରିବେ। ସବୁଠାରୁ ଭଲ କଥା ହେଉଛି ପୋଷ୍ଟ ଅଫିସର ଏହି ସ୍କିମରେ ଆପଣଙ୍କୁ ରିଟର୍ଣ୍ଣ ସହିତ ଟଙ୍କାର ସୁରକ୍ଷାର ଗ୍ୟାରେଣ୍ଟୀ ମଧ୍ୟ ମିଳିଥାଏ। ପୋଷ୍ଟ ଅଫିସ ମନ୍ଥଲୀ ଇନକମ୍‌ ସ୍କିମ ଆପଣଙ୍କ ପାଇଁ ରୋଜଗାରର ମାଧ୍ୟମ ହୋଇପାରେ। ଏହି ଯୋଜନାରେ ଆପଣ ପ୍ରତି ମାସ ଭଲ ରୋଜଗାର କରିପାରିବେ। ଯଦି ଆପଣ ଜଏଣ୍ଟ ଆକାଉଣ୍ଟ ଖୋଲୁଛନ୍ତି, ତାହେଲେ ଆପଣଙ୍କୁ ଡବଲ ଫାଇଦା ମିଳିପାରିବ। ଆସନ୍ତୁ ଜାଣିବା କେମିତି?
ପୋଷ୍ଟ ଅଫିସରେ ମାସିକିଆ ସ୍କିମରେ ସିଙ୍ଗଲ ଏବଂ ଜଏଣ୍ଟ ଉଭୟ ଆକାଉଣ୍ଟରେ ଖୋଲିପାରିବେ। ସିଙ୍ଗଲ ଆକାଉଣ୍ଟରେ ଆପଣ ନ୍ୟୁନତମ ୧,୦୦୦ ଟଙ୍କା ଏବଂ ଅଧିକତମ ୪.୫ ଲକ୍ଷ ଟଙ୍କା ନିବେଶ କରିପାରିବେ। ସେହିପରି ଜଏଣ୍ଟ ଖାତାରେ ଅଧିକତମ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ। ଜଏଣ୍ଟ ଆକାଉଣ୍ଟରେ ଆପଣ ଦୁଇ ରୁ ଅଧିକ ବ୍ୟକ୍ତି ମଧ୍ୟ ଖାତା ଖୋଲିପାରିବେ। ମ୍ୟାଚୁରିଟୀ ଟଙ୍କାଙ୍କୁ ଉଭୟଙ୍କୁ ମଧ୍ୟରେ ବାଣ୍ଟି ଦିଆଯିବ।

moneyକେତେ ମିଳିବ ସୁଧ ?

ପୋଷ୍ଟ ଅଫିସରେ ମନ୍ଥଲୀ ଇନକମ୍‌ ସ୍କିମରେ ନିବେଶ ଉପରେ ଆପଣଙ୍କୁ ୬.୬ ପ୍ରତିଶତ ଦରରେ ସୁଧ ମିଳିଥାଏ। ଏଥିରେ ଆପଣଙ୍କୁ ମୋଟ ରିଟର୍ଣ୍ଣ ବର୍ଷିକିଆ ଆଧାରରେ ହୋଇଥାଏ। ଏଥିପାଇଁ ଏହାକୁ ପ୍ରତି ମାସ ହିସାବରେ ୧୨ ଅଂଶରେ ବାଣ୍ଟି ଦିଆଯାଇଥାଏ।

କେମିତି କରିବେ ୫୯,୪୦୦ ଟଙ୍କା ରୋଜଗାର

ଉଦାହରଣ ସ୍ୱରୂପ ଯଦି ସ୍ୱାମୀ ସ୍ତ୍ରୀ ଏହି ସ୍କିମରେ ୯ ଲକ୍ଷ ଟଙ୍କା ନିବେଶ କରୁଛନ୍ତି ତାହେଲେ ୯ ଲକ୍ଷ ଜମା ଉପରେ ତାଙ୍କୁ ୬.୬ ପ୍ରତିଶତ ସୁଧ ଦରରେ ବାର୍ଷିକ ରିଟର୍ଣ୍ଣ ୫୯,୪୦୦ ଟଙ୍କା ହେବ। ଏହାକୁ ଯଦି ୧୨ ଅଂଶରେ ବାଣ୍ଟି ଦିଆଯାଏ ତାହେଲେ ମାସକୁ ୪୯୫୦ ଟଙ୍କା ହେବ।

କେମିତି କରିବେ ଆବେଦନ

ଏହି ଯୋଜନା ଇଣ୍ଡିଆ ପୋଷ୍ଟର ବିଭିନ୍ନ ଶାଖାରେ ଉପଲବ୍ଧ ରହିଛି। ଆପଣ ଏଥିରେ ସିଙ୍ଗଲ ବ୍ୟତୀତ ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବେ। ଏଥିପାଇଁ ଆପଣଙ୍କୁ ପୋଷ୍ଟ ଅଫିସ କାର୍ଯ୍ୟାଳୟ ସହିତ ସମ୍ପର୍କ କରିବାକୁ ପଡିବ। ଆଉ ଏଠାରେ ହିଁ ଆପଣଙ୍କୁ ପୋଷ୍ଟ ଅଫିସ ମନ୍ଥଲି ସ୍କିମ ପାଇଁ ଆବେଦନ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.