ବଳଦର ମୃତ୍ୟୁ ପରେ ଏହି ବ୍ୟକ୍ତି ନିଜେ ହିଁ ଟାଣିବାକୁ ଲାଗିଲେ ଶଗଡ଼, ଦେଖନ୍ତୁ ଭାବୁକ କରିଦେଲା ଭଳି Video

ରାଜସ୍ଥାନର ଭରତପୁରରୁ ଏବେ ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଭାବୁକ ହୋଇପଡିବେ। ଏଥିରେ ଦେଖିବାକୁ ମିଳୁଛି କି, ରାସ୍ତାରେ ଏକ ବଳଦଗାଡ଼ି ଯାଉଛି। ଏହାର ଗୋଟିଏ ପଟେ ବଳଦ ବନ୍ଧା ହୋଇଥିବା ବେଳେ ଅନ୍ୟ ପଟେ ଜଣେ ବ୍ୟକ୍ତି ଅଛନ୍ତି, ଯିଏକି ଏହି ଗାଡିକୁ ଟାଣିବା ପାଇଁ ବଳଦକୁ ସାଥ ଦେଉଛନ୍ତି। ପରିବାରର କିଛି ଲୋକ ଶଗଡ଼ ଉପରେ ବସିଥିବା ବେଳେ ଆଉ କିଛି ଜଣ ପଛରୁ ଧକ୍କା ମାରି ବ୍ୟକ୍ତିଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି।

aa

ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ବ୍ୟକ୍ତି ଜଣକ ନିଜ କାନ୍ଧରେ ଶଗଡ଼ ଟାଣୁଥିବାର ନଜର ଆସୁଛନ୍ତି। ଖବରରୁ ଜଣାପଡ଼ିଛି, ଏହି ପରିବାର ପାଖରେ ଏକ ଶଗଡ଼ ଅଛି, ଯାହାକୁ ଦୁଇଟି ବଳଦ ଟାଣୁଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ଗୋଟିଏ ବଳଦର ହଠାତ ମୃତ୍ୟୁ ହୋଇଯିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ। ଗରିବ ହେତୁ ସେମାନେ ଆଉ ଏକ ବଳଦ କିଣିପାରିବାରେ ସକ୍ଷମ ନ ଥିଲେ। ତେଣୁ ତା’ ବଦଳରେ ପରିବାରର ଜଣେ ସଦସ୍ୟ ନିଜେ ହିଁ ବଳଦ ହୋଇ ଗାଡ଼ି ଟାଣିବାକୁ ଲାଗିଲେ।

video courtesy: youtube

ତେବେ ଏହି ପରିବାର ଗାଁ ଗାଁ ବୁଲି ଲୁହା ସାମଗ୍ରୀ ବିକ୍ରି କରିଥାନ୍ତି। ସାମଗ୍ରୀ ବିକ୍ରି ହେଲେ ଘରେ ଚୁଲି ଜଳିଥାଏ। ବଳଦ ମରିଗଲା ପରେ ଏମାନେ ନିଜ ପେଟ ଭରିବା ପାଇଁ ନିଜେ ହିଁ ବଳଦ ହୋଇ ଗାଁ ଗାଁ ବୁଲି ସାମଗ୍ରୀ ବିକ୍ରି କରୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.