Below header

Viral Video: ନିଦ ପୂରା କରିବା ପାଇଁ କୁକୁର ଛୁଆକୁ ମିଳିଲା ଚଢ଼େଇର କାନ୍ଧ, କିନ୍ତୁ ହେଲା ଏମିତି କିଛି

ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଭିଡ଼ିଓକୁ ଖୁବ ପସନ୍ଦ କରାଯାଇଥାଏ। କୁକୁର, ବିଲେଇ, ଚଢ଼େଇ, ହାତୀ ଆଦିଙ୍କର ଭିଡିଓ ଦେଖିଲେ କେବଳ ଯେ ମନ ହାଲୁକା ଲାଗି ନ ଥାଏ, ବରଂ ହୃଦୟ ଖୁସି ହୋଇଯାଇଥାଏ। ନିକଟରେ ଟ୍ୱିଟରରେ ଏମିତି ଏକ ସୁନ୍ଦର କୁକୁର ଛୁଆର ଭିଡ଼ିଓ ଖୁବ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣ ବି ଏହାକୁ ବାରମ୍ବାର ଦେଖିବାକୁ ଇଚ୍ଛା କରିବେ।

Buitengebieden ନାମକ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି କି, କୁକୁର ଛୁଆଟିକୁ ବହୁତ ନିଦ ଲାଗୁଛି ଏବଂ ସେ ଘୁମେଇବାକୁ ମଉକା ଖୋଜୁଛି। ତେବେ ଭିଡିଓଟି ଏତେ ମନଲୋଭା ଯେ ଥରେ ଦେଖିଲେ ଜମାରୁ ବି ମନ ବୁଝିବନି।

ଭାଇରଲ ଭିଡିଓରେ କୁକୁର ପାଖରେ ଏକ ଚଢ଼େଇ ବସିଛି। କୁକୁର ଛୁଆଟିକୁ ଏତେ ନିଦ ଯେ ସେ ଚଢ଼େଇ ଉପରେ ଶୋଇବାକୁ ଚେଷ୍ଟା କରୁଛି। ପୁଣି ତା’ ଉପରେ ଘୁମେଇକି ପଡ଼ି ଯାଉଛି। ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ପାଖାପାଖି ୮୦ ହଜାର ଲୋକ ଦେଖି ସାରିଲେଣି। ସମସ୍ତଙ୍କୁ କୁକୁର ଛୁଆ ଓ ଚଢ଼େଇ ମଧ୍ୟରେ ନିବିଡ଼ତା ବହୁତ ପସନ୍ଦ ଲାଗୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.