Below header

ଗତ ୨୪ ଘଣ୍ଟାରେ ଆଉ ୬୨୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଓଡିଶାରେ ବଢୁଛି ସୁସ୍ଥ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୨୫୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୯୩ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୬୨୨ ଜଣ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୪୦୬, ଅନୁଗୁଳରୁ ୪୦୩, ବାଲେଶ୍ୱରରୁ ୩୭୩, ମୟୂରଭଂଜରୁ ୨୯୨, ପୁରୀରୁ ୨୯୨, ଢେଙ୍କାନାଳରୁ ୨୮୨, ସୁନ୍ଦରଗଡ଼ରୁ ୨୭୮, ଭଦ୍ରକରୁ ୨୫୭, ଜଗତସିଂହପୁରରୁ ୨୦୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ନବରଂଗପୁର ଜିଲ୍ଲାରୁ ୧୯୮, ବୌଦ୍ଧରୁ ୧୫୨, କୋରାପୁଟରୁ ୧୩୭, ରାୟଗଡ଼ାରୁ ୧୩୬, ନୟାଗଡ଼ରୁ ୧୨୦, ବରଗଡ଼ ଓ କେନ୍ଦୁଝରରୁ ୧୧୯ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି କନ୍ଧମାଳ ଜିଲ୍ଲାରୁ ୮୦, ବଲାଙ୍ଗୀରରୁ ୭୫, କଳାହାଣ୍ଡିରୁ ୬୬, ମାଲକାନଗିରିରୁ ୬୫, ସମ୍ବଲପୁରରୁ ୬୫, ସୁବର୍ଣ୍ଣପୁରରୁ ୫୬, ଗଂଜାମରୁ ୫୧, ଗଜପତିରୁ ୪୮, ଝାରସୁଗୁଡ଼ାରୁ ୪୦, ନୂଆପଡ଼ାରୁ ୧୫, ଦେବଗଡ଼ରୁ ୧୨ ଓ ରାଜ୍ୟପୁଲରୁ ୧୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.