Below header

ରାଜ୍ୟରେ ନକଲି ଔଷଧ କାରବାର ଘଟଣା, ମୁମ୍ବାଇକୁ ଗଲା କ୍ରାଇମବ୍ରାଞ୍ଚ STFର ଟିମ୍‌

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ନକଲି ଔଷଧ କାରବାର ଘଟଣାର ତଦନ୍ତ ପାଇଁ ମୁମ୍ବାଇକୁ ଗଲା କ୍ରାଇମବ୍ରାଞ୍ଚ STFର ଟିମ୍‌ । ନକଲି ଔଷଧ ଯୋଗାଣକାରୀ ସୁଦୀପ ମୁଖାର୍ଜୀକୁ ଗିରଫ କରିଛି ମୁମ୍ବାଇ ପୋଲିସ । ସୁଦୀପ ମାକ୍ସ ରିଲିଫ ହେଲ୍‌ଥ କେୟାର ମୁଖ୍ୟ । ତାଙ୍କୁ ପଚରାଉଚରା ପାଇଁ ମୁମ୍ବାଇ ଯାଇଛି STFର ଟିମ୍‌। ମହାରାଷ୍ଟ୍ର ପୋଲିସ ସହ ଯୋଗାଯୋଗ କରିବ ଟିମ୍‌।ନକଲି ଔଷଧ କାରବାରର ଲିଙ୍କ୍‌ ନେଇ ଅଧିକ ତଦନ୍ତ କରିବ STF । ନକଲି ଔଷଧ କାରବାରର ମୂଳ କେଉଁଠି ? କେତେ ଦୂର ଯାଏ ଚେର ଲମ୍ବିଛି ? ଏହାର ଖୋଳତାଡ୍‌ କରୁଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ନିକଟରେ କଟକ, ଝାରସୁଗୁଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ନକଲି ଔଷଧ ଜବତ ହୋଇଥିଲା।

duplicate medicine

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନକଲି ଔଷଧ କାରବାର ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ତଦନ୍ତ ପାଇଁ କ୍ରାଇମ୍‌ ବ୍ରାଞ୍ଚ୍‌ ଏସଟିଏଫ ଟିମ୍‌ ଗଠନ ହୋଇଛି । ଜବତ ନକଲି ଔଷଧ ତାଲିକା କ୍ରାଇମବ୍ରାଞ୍ଚକୁ ଡ୍ରଗ୍ସ କଣ୍ଟ୍ରୋଲର ଦେଇଥିବା ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.