Below header

ମାଲିକକୁ ସାର୍କ କବଳରୁ ରକ୍ଷା କରିବା ପାଇଁ ପାଣିକୁ ଡେଇଁଲା କୁକୁର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ ଏକ ସାହାସୀ କୁକୁରର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କୁକୁରଟି ନିଜ ମାଲିକକୁ ସାର୍କର ଆକ୍ରମଣରୁ ରକ୍ଷା କରିବା ପାଇଁ ପାଣି ଭିତରକୁ ଡେଇଁଥିବା ଜଣାପଡିଛି, ଯାହାକୁ ଦେଖି ଲୋକମାନେ ଖୁବ୍‌ ପ୍ରଶଂସା କରିଛନ୍ତି। ଭିଡିଓରେ ଦେଖଇବାକୁ ମିଳିଛି ଅଷ୍ଟ୍ରେଲିଆର ଉତ୍ତର କୁଇନ୍ସଲ୍ୟାଣ୍ଡର ଏକ ବିଳାସପୂର୍ଣ୍ଣ ଦ୍ୱୀପପୁଞ୍ଜ ନିକଟରେ ଏକ ସାର୍କ ପହଁରୁଥିବାର ଦେଖି କୁକୁର ଟିଲି ପାଣି ଛିଞ୍ଚୁଥିବାର ଦେଖିବାକୁ ମିଳିଛି। ଏହି ସମୟରେ ସାର୍କଟି ପାଣି ଭିତରେ ରହି ସମୁଦ୍ର ଜୀବଙ୍କୁ ଡରାଉଥିବା ବେଳେ କୁକୁରଟି ବୁଡିଯାଇଥିଲା।

କୁକୁର ଟିଲି ପାଣିରେ ବୁଡିଯିବା ପରେ ସାର୍କଟି ହଠାତ୍‌ ଗାୟବ ହୋଇଯାଇଥିଲା। ଏହି ସମୟରେ ସାର୍କଟି ଏ ପର୍ଯ୍ୟନ୍ତ ପାଣିରେ ଲୁଚି ରହିଛି କି ନାହିଁ ଜାଣିବା ପାଇଁ କୁକୁରଟି ଧ୍ୟାନର ସହ ଚାହିଁ ରହିଥିଲା। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯିବା ସହ ଅନ୍ୟାନ୍ୟ ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଇଛି।

 

View this post on Instagram

 

A post shared by Spearfishing (@neptonics_worldwide)


ସୂଚନା ମୁତାବକ ଏହି ଭିଡିଓକୁ ବର୍ତ୍ତମାନ ୭୨,୦୦୦ରୁ ଅଧିକ ଥଣ ଦେଖାଯାଇଥିବା ସହ ଏହାର କ୍ୟାପସନ୍ ଦିଆଯାଇଛି ଯେ “କିଛି ଲୋକଙ୍କର ପକ୍ଷୀ କୁକୁର ଏବଂ କିଛି ଲୋକଙ୍କର ସାର୍କ କୁକୁର ଅଛନ୍ତି।” ସୌଭାଗ୍ୟବସତଃ , କୁକୁରର କୌଣସି କ୍ଷତି ହୋଇନାହିଁ । ଏନେଇ ୟୁଜର୍ସମାନେ କହିଛନ୍ତି, ‘ଏହା ଖୁବ୍‌ ଆଶ୍ଚର୍ଯ୍ୟଜନକ’ ଯେତେବେଳେ କିଛି ଲୋକ ଆଶ୍ଚର୍ଯ୍ୟଚକିତ ଥିବା ବେଳେ କିପରି କୁକୁରଟି ଭୟ ନକରି ସାର୍କ ଉପରକୁ ଡେଇଁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.