Below header

ଦୀପାବଳିରେ ଏହି ଦେଶରେ ପାଳନ କରାଯାଏ ‘ଶ୍ୱାନ ଉତ୍ସବ’, କୁକୁରଙ୍କୁ ସମ୍ମାନିତ କରାଯାଇ ଖାଇବାକୁ ଦିଆଯାଏ ଦହି ଏବଂ ଅଣ୍ଡା

ଦୀପାବଳି ପାଇଁ ଏବେ ଚାରିଆଡେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଘର ହେଉ ଅବା ଅଫିସ, ଗଳି କନ୍ଦି ସବୁଆଡେ ଲୋକେ ଦୀପାବଳି ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଦୀପାବଳି ଦିନ ଲୋକେ ଦୀପ ଜଳାଇ ମାତା ଲକ୍ଷ୍ମୀ ଏବଂ ପ୍ରଭୁ ଶ୍ରୀଗେଣଶଙ୍କୁ ପୂଜାର୍ଚ୍ଚନା କରନ୍ତି। କିନ୍ତୁ ଆମ ପଡୋଶୀ ଦେଶ ନେପାଳରେ ଭିନ୍ନ ଭାବେ ଏହି ଦିନଟିକୁ ପାଳନ କରାଯାଏ।

1

ଏଠାରେ ଲୋକ କୁକୁରକୁ ପୂଜା କରି ଦୀପାବଳି ମନାଇଥାନ୍ତି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ କିନ୍ତୁ ଏହା ସତ୍ୟ। ଆଜିକାଲି ଲୋକେ ଘରେ କୁକୁର ରଖିବା ଏକ ପ୍ରକାର ଫ୍ୟାଶନରେ ପରିଣତ କରିସାରିଲେଣି। କିନ୍ତୁ ନେପାଳରେ ଏମାନଙ୍କର ଏକ ଉତ୍ସବ ପାଳନ କରାଯାଏ। ନେପାଳରେ ଦୀପାବଳି ଦିନ ଲୋକେ ନୂଆ କପଡା ପିନ୍ଧିବା ସହ ଦୀପ ଜଳାଇଥାନ୍ତି କିନ୍ତୁ ଦୀପାବଳି ପରଦିନ ସେମାନେ ଆଉ ଏକ ଦୀପାବଳି ପାଳନ କରିଥାନ୍ତି, ଯାହାର ନାମ କୁକୁର ଉତ୍ସବ ବୋଲି ସ୍ଥାନୀୟ ଲୋକେ କହନ୍ତି। ଏହି ଦିନ ନେପାଳରେ କୁକୁରଙ୍କ ପୂଜା କରାଯାଏ। ଏହି ପର୍ବ ୫ ଦିନ ପର୍ଯ୍ୟନ୍ତ ଚାଲିଥାଏ। କେବଳ କୁକୁର ନୁହେଁ, ଗାଈ, କାଉ, ବଳଦ ଇତ୍ୟାଦିଙ୍କର ମଧ୍ୟ ପୂଜା କରାଯାଏ।

3

ଏହିଦିନ ମଧ୍ୟ କୁକୁରକୁ ମଧ୍ୟ ସମ୍ମାନିତ କରାଯାଇଥାଏ। କୁକୁରକୁ ମଥାରେ ତିଳକ ଲଗାଯାଇ ଫୁଲ ମାଳ ପିନ୍ଧାଇଦିଆଯାଏ। ଏହା ସହିତ କୁକୁରକୁ ଦହି, ଅଣ୍ଡା ଏବଂ କ୍ଷୀର ଖାଇବାକୁ ଦିଆଯାଏ। ଏପରି କରି କୁକୁର ସବୁବେଳେ ତାଙ୍କ ସହିତ ରହିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି। କୁକୁର ଯମ ଦେବତାଙ୍କ ଦୂତ ବୋଲି ସେଠିକାର ଲୋକ ଏପରି ପୂଜା କରିଥାନ୍ତି ବୋଲି ମାନ୍ୟତା ରହିଛି। କୁକର ମଲା ପରେ ମଧ୍ୟ ସେମାନଙ୍କ ରକ୍ଷା କରିଥାନ୍ତି ବୋଲି ସ୍ଥାନୀୟ ଲୋକଙ୍କ ଧାରଣା ରହିଛି। ଏଥିପାଇଁ ଲୋକ ଏଠାରେ ଏହି ପୂଜା କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.