ଲଗାଣ ବର୍ଷାରେ ଭୁଶୁଡିଲା ଯାଜପୁରର ପୁରାତନ ଜଗନ୍ନାଥ ମନ୍ଦୀରର ପାଚେରୀ, ଗମନାଗମନ ବାଧାପ୍ରାପ୍ତ

ଯାଜପୁର ଟାଉନ୍(କେନ୍ୟୁଜ୍): ଲଗାଣ ବର୍ଷାରେ ଭୁଶୁଡିଲା ଯାଜପୁରର ପୁରାତନ ଜଗନ୍ନାଥ ମନ୍ଦୀରର ପାଚେରୀ । ଗତକାଲି ସଂଧ୍ୟା ସମୟରେ ପ୍ରାୟ ୧୦୦ ପୁଂଟ୍ ଲମ୍ବର ପାଚେରୀ ସଂପୁର୍ଣ୍ଣ ଭାଙ୍ଗିପଡିଛି । ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ଦ୍ୱାରା ସଂରକ୍ଷିତ ଏହି ମନ୍ଦୀର ପାଚେରୀକୁ ଲାଗି ରହିଥିବା ରାସ୍ତା ଉପରେ ପ୍ରତିଦିନ ହଜାର ହଜାର ଭାରି ଯାନ ଚଳାଚଳ ଫଳରେ ଏହା ଭୁଶୁଡିଥିବା କୁହାଯାଉଛି । ତେବେ ଦୀର୍ଘଦିନ ହେଲା ଏହାର ମରାମତି ନ ହେବା ଏବଂ ପ୍ରବଳ ବର୍ଷା ଯୋଗୁଁ ପାଚେରି ଭୁଷୁଡିପଡିଥିବା ଅଭିଯୋଗ ହୋଇଛି । ଫଳରେ ଏହି ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.