Below header

ପିଇଓ ସ୍ମିତାରଣୀ ମୃତ୍ୟୁ ଘଟଣା, ଅଭିଯୁକ୍ତ ସରପଞ୍ଚଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କ ଗେଷ୍ଟ ହାଉସରେ ଉଡିଲା ନାଲି ପତାକା

ଯାଜପୁର(କେନ୍ୟୁଜ୍): ଭଙ୍ଗା ହେବ ରଙ୍ଗଶାଳା । ରୁପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍‌ । ଯାଜପୁରରେ ସରକାରୀ ଜମିରେ ନିର୍ମିତ ଗେଷ୍ଟ ହାଉସ୍‌କୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ଗେଷ୍ଟ ହାଉସରେ ଲାଗିଲା ନାଲି ପତାକା । ଘଟଣାସ୍ଥଳରେ ଧର୍ମଶାଳା ତହସିଲାଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି, ଥାନା ଅଧିକାରୀ ସରୋଜ କୁମାର ସାହୁ ଉପସ୍ଥିତ ଅଛନ୍ତି ।

ଗତ ୧୬ ତାରିଖରେ ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତଦେହ ଏହି ଗେଷ୍ଟ ହାଉସରୁ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହା ଏକ ହତ୍ୟାକାଣ୍ଡ ଓ ସରକାରୀ ଜମିରେ ଗେଷ୍ଟ ହାଉସ୍ ନିର୍ମାଣ ହୋଇଥିବା ଅଭିଯୋଗ କରି ବିରୋଧୀ ରାଜରାସ୍ତାକୁ ଓହ୍ଲାଇଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା । ଧର୍ମଶାଳା ତହସିଲ ଅଫିସ ପକ୍ଷରୁ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବା ପରେ ଏହାକୁ ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.