Below header

ବ୍ୟକ୍ତି ଟ୍ରେନରୁ କିଣିଲେ redmi ପାଓ୍ଵାର ବ୍ୟାଙ୍କ୍‌, କିନ୍ତୁ କିଛି ସମୟ ପରେ ଯାହା ଘଟିଲା ତାକୁ ଦେଖି ସହ ଯାତ୍ରୀଙ୍କ ମୁଣ୍ଡ ଟିଣ

ସ୍ମାର୍ଟଫୋନ ଜାମାନାରେ ଶୀଘ୍ର ବ୍ୟାଟେରୀ ସରିଯିବା ଲୋକଙ୍କ ପାଇଁ କୌଣସି ସମସ୍ୟା ଠାରୁ କମ୍ ନୁହେଁ। କିନ୍ତୁ ଲୋକମାନେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପାଓ୍ଵାର ବ୍ୟାଙ୍କ୍ କିଣୁଛନ୍ତି, ଯାହାଦ୍ୱାରା ଯେତେବେଳେ ଚାହିଁବେ ଚାର୍ଜ ବସାଇ ବ୍ୟାଟେରୀ ଫୁଲ କରିପାରିବେ। ଫୋନରେ ସବୁବେଳେ ଚାର୍ଜ ରଖିବା ପାଇଁ ଲୋକମାନେ ହଜାର ହଜାର ଟଙ୍କା ଦେଇ ନାମିଦାମି କମ୍ପାନୀର ପାଓ୍ଵାର ବ୍ୟାଙ୍କ୍ କିଣୁଛନ୍ତି କିନ୍ତୁ ଯେତେବେଳେ ପାଓ୍ଵାର ବ୍ୟାଙ୍କ ନାମରେ ଆପଣଙ୍କୁ ଅଟା ଗୋଲାରେ ଲଗାଯାଇଥିବା ନକଲି ବ୍ୟାଟେରୀ ଥିବା ଡବା ଧରେଇ ଦିଆଯାଏ ତେବେ ସେତେବେଳେ ଆପଣଙ୍କୁ କେମିତି ଲାଗିବ।

byateriଏମିତି ହିଁ ହୋଇଛି ଜଣେ ବ୍ୟକ୍ତିଙ୍କ ସହିତ ଯେତେବେଳେ ସେ ଟ୍ରେନରେ ଯାତ୍ରା କରିବା ସମୟରେ ନିଜ ମୋବାଇଲ ଫୋନକୁ ଚାର୍ଜ କରିବା ପାଇଁ ଲୋକପ୍ରିୟ ରେଡମି (mi) କମ୍ପାନୀର ପାଓ୍ଵାର ବ୍ୟାଙ୍କ କିଣିଲେ। ବ୍ୟକ୍ତିଙ୍କୁ ଲାଗିଲା ଯେ ଏହାଦ୍ୱାରା ତାଙ୍କ ସମସ୍ୟା ଶେଷ ହୋଇଗଲା ଏବେ ସେ ଯେତେବେଳେ ଚାହିଁବେ ଚାର୍ଜ ବସେଇ ପାରିବେ। କିନ୍ତୁ ଯେତେବେଳେ ତାଙ୍କ ସାମ୍ନାକୁ ନକଲି ପାଓ୍ଵାର ବ୍ୟାଙ୍କର ସତ ଆସିଲା ତେବେ ସେ ଆଶ୍ଚର୍ଯ୍ୟ ହୋଇ ତଳେ ବସିପଡିଲେ। ଏହି ଘଟଣାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

menସୂଚନା ଅନୁଯାୟୀ ଫୋନରେ ଚାର୍ଜ ସରିଯିବାରୁ ଜଣେ ଯୁବକ ଟ୍ରେନରୁ ଏକ ଏମ୍ଆଇ କମ୍ପାନୀର ପାଓ୍ଵାର ବ୍ୟାଙ୍କ କିଣିଥିଲେ । କିଣିବା ପରେ ସେ ଟ୍ରେନରେ ଚାର୍ଜ ବସାଇଥିଲେ ମଧ୍ୟ କିଛି ସମୟ ପରେ ଫୋନଟି ଚାର୍ଜ ହେବା ବନ୍ଦ ହୋଇ ଯାଇଥିଲା ।

ଏହାସହ ପଢନ୍ତୁ : ଚାର୍ଜର ସହିତ ଖେଳୁଥିଲା ଶିଶୁ, ଅଚାନକ ଲାଗିଲା ଝଟକା ! ତାପରେ ମା’ ଯେତେ ବୁକୁ ଫଟାଇ କାନ୍ଦିଲେ ବି ଶୁଣିଲା ନାହିଁ…

କାରଣ ଜାଣିବା ପାଇଁ ଯୁବକଜଣଙ୍କ ପାଓ୍ଵାର ବ୍ୟାଙ୍କ ଖୋଲି ଦେଖିବା ପରେ ତାଙ୍କର ହୋସ୍ ଉଡ଼ି ଯାଇଥିଲା । ପାଓ୍ଵାର ବ୍ୟାଙ୍କ ନାମରେ ତାଙ୍କୁ କେବଳ ପାଓ୍ଵାରବ୍ୟାଙ୍କର ଖୋଳ ଦିଆଯାଇଥିଲା । ଯାହା ଭିତରେ ଏକ ବ୍ୟାଟେରୀକୁ ଅଟା ଗୋଲାରେ ଚାପି ରଖି ଦିଆଯାଇଥିଲା । ଯୁବକଙ୍କ ଏଭଳି ଅବସ୍ଥା ଦେଖି ଆଉ ଜଣେ ସାଥି ଯାତ୍ରୀ କିଣିଥିବା ନିଜର ସାମସଙ୍ଗ୍‌ ପାଓ୍ଵାର ବ୍ୟାଙ୍କ ଖୋଲି ଦେଖିବା ପରେ ତାହା ଭିତରେ ମଧ୍ୟ ବ୍ୟାଟେରୀକୁ ଅଟା ଗୋଲାରେ ଚାପି ରଖାଯାଇଥିବା ଦେଖାଯାଇଥିଲା ।

power abnkତେବେ ଘଟଣାଟି କେଉଁ ଟ୍ରେନରେ ଘଟିଛି, ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୀଡ଼ିତ ଫତେହାବାଦ୍ରୁ ଦିଲ୍ଲୀ ଆସୁଥିଲେ ବୋଲି ଜଣାପଡ଼ିଛି ।ପୀଡିତଙ୍କ କହିବାନୁଯାୟୀ ପାଓ୍ଵାର ବ୍ୟାଙ୍କ ବିକ୍ରି କରୁଥିବା ସନ୍ଦିଗ୍ଧ ବ୍ୟକ୍ତି ପ୍ରଥମେ ୮୫୦ ଟଙ୍କା କହୁଥିଲା କିନ୍ତୁ ପରେ ସେ ୧୦୦ ଟଙ୍କାରେ ବିକ୍ରି କରି ଫେରାର ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.