ହାଇକୋର୍ଟରେ ମୁତୟନ ହେବେନି ଅର୍ଦ୍ଧ ସାମରିକ ବାହିନୀ, ଓକିଲ ଆନ୍ଦୋଳନ ମାମଲାରେ ନିଜର ପକ୍ଷ ରଖି ସୁପ୍ରିମକୋର୍ଟଙ୍କୁ ଏହି ଜଣାଇଲେ ରାଜ୍ୟ ସରକାର

କଟକ(କେନ୍ୟୁଜ୍): ହାଇକୋର୍ଟରେ ମୁତୟନ ହେବେନି ଅର୍ଦ୍ଧ ସାମରିକ ବାହିନୀ। ରାଜ୍ୟ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ସକ୍ଷମ। ଓକିଲ ଆନ୍ଦୋଳନ ମାମଲାରେ ନିଜର ପକ୍ଷ ରଖି ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି ରାଜ୍ୟ ସରକାର । କହିଛନ୍ତି, ମାମଲା ପାଇଁ ଯେଉଁ ଆଇନଜୀବୀ ଓ ପକ୍ଷ ହାଇକୋର୍ଟ ଆସିବେ, ତାଙ୍କୁ ରାଜ୍ୟ ପୋଲିସ ସୁରକ୍ଷା ଯୋଗାଇ ଦେବ। ଏଥିରେ ସୁପ୍ରିମକୋର୍ଟ ସହମତ ହୋଇଛନ୍ତି । ଅନ୍ୟପଟେ କାର୍ଯ୍ୟବନ୍ଦ ମାମଲାରେ ଆସନ୍ତା ୮ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଓଡ଼ିଶା ବାର କାଉନସିଲ ସଭାପତି ଓ ହାଇକୋର୍ଟ ବାର ଆସୋସିସନ୍ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ପ୍ରସଙ୍ଗରେ ବାର କାଉନସିଲ ଅଫ ଇଣ୍ଡିଆର ଚେୟାରମ୍ୟାନ୍‌ଙ୍କ ମତାମତ ମଧ୍ୟ ଲୋଡ଼ିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସେହିପରି ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ୨୦୧୮-୧୯ ରେ ହାଇକୋର୍ଟ ଓ ଜିଲ୍ଲା କୋର୍ଟ ଗୁଡ଼ିକରେ କେତେ କାର୍ଯ୍ୟ ଦିବସ ନଷ୍ଟ ହୋଇଛି ସତ୍ୟପାଠ ମାଧ୍ୟମରେ ତାର ସମସ୍ତ ବିବରଣୀ ଦେବାକୁ ଓଡ଼ିଶା ହାଇକୋର୍ଟ କାଉନସେଲକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.