Below header

ଶୁକ୍ରବାର କରନ୍ତୁ ନାହିଁ ଏହି ଭୁଲ, ରାଗି ଯାଇ ପାରନ୍ତି ମା’ ଲକ୍ଷ୍ମୀ, ହୋଇପାରେ ସର୍ବନାଶ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏମିତି କାମ ଅଛି ଯାହାକୁ ଶୁକ୍ରବାର ଦିନ ବର୍ଜିତ କରାଯାଇଛି । ମାନ୍ୟତା ରହିଛି କି ଏହି କାମ ଶୁକ୍ରବାର ଦିନ କରିବା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧିତ ହୋଇପାରନ୍ତି । ଯାହାଦ୍ୱାରା ଆପଣଙ୍କୁ ଜୀବନରେ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡିପାରେ ।

ହିନ୍ଦୁ ଧର୍ମ ଶାସ୍ତ୍ରରେ ସପ୍ତାହର ପ୍ରତ୍ୟେକ ଦିନ କେହି ନା କେହି ଭଗବାନଙ୍କୁ ସମର୍ପିତ ରହିଥାଏ । ସେହିପରି ଶୁକ୍ରବାର ଦିନ ମା’ଲକ୍ଷ୍ମୀଙ୍କ ପୂଜା ପାଇଁ ଖାସ ଦିନ ରହିଛି । କୁହାଯାଏ ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ପୂଜା କଲେ ଧନ ବୈଭବର ଅଭାବ ରହିନଥାଏ । ସେହିପରି ଶୁକ୍ରବାରର ସମ୍ପର୍କ କୁଣ୍ଡଳୀରେ ଶୁକ୍ର ଗ୍ରହଙ୍କ ସହ ରହିଥାଏ । ଯାହାକି ମନୁଷ୍ୟର ଜୀବନରେ ଭୌତିକ ସୁଖ ସୁବିଧା, ଧନ ଓ ପ୍ରେମର କାରକ ମନାଯାଇଥାଏ ।

ମାନ୍ୟତା ରହିଛି ଯେ ଶୁକ୍ରବାର ଦିନ ମା’ଲକ୍ଷ୍ମୀଙ୍କୁ ବିଧି ପୂର୍ବକ ପୂଜା କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧିର ଅଭାବ ରହିନଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି କାମ ରହିଛି ଯାହାକୁ ଶୁକ୍ରବାର କରିବା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଫଳରେ ଆପଣଙ୍କୁ ଜୀବନରେ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡିପାରେ । ଆସନ୍ତୁ ଜାଣିବା ଶୁକ୍ରବାର ଦିନ ଭୁଲରେ ବି କେଉଁ କାମ କରିବା କଥା ନୁହେଁ ।

ଚିନି ଦାନ କରନ୍ତୁ ନାହିଁ

ଶାସ୍ତ୍ରରେ ଦାନ ପୂଣ୍ୟକୁ ବହୁତ ଫଳଦାୟୀ ବୋଲି କୁହାଯାଇଛି । ହେଲେ ଶୁକ୍ରବାର ଦିନ ଚିନିର ଦାନ ଅଶୁଭ ହୋଇଥାଏ । ଚିନିର ସମ୍ପର୍କ ଶୁକ୍ର ଗ୍ରହ ସହ ରହିଥିବା ଯୋଗୁ ଏହି ଦିନ ଚିନି ଦାନ କଲେ ଧନ ଧାନ୍ୟରେ ଅଭାବ ହୋଇଥାଏ ।

ଉଧାର ଦେବା ନେବା କରନ୍ତୁ ନାହିଁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ରବାର ଦିନ କାହାକୁ ଉଧାର ଦେବା ଉଚିତ ନୁହେଁ କି ଦେଣ-ନେଣ କରିବା ଉଚିତ୍‌ ନୁହେଁ । କାରଣ ମା’ ଲକ୍ଷ୍ମୀଙ୍କୁ ସମର୍ପିତ ଶୁକ୍ରବାର ଦିନ ଅର୍ଥ ଦେବା ନେବା କରିବା ଯୋଗୁ ଜୀବନରେ ଆର୍ଥିକ ସମସ୍ୟା ଆସିପାରେ ।

ନାରୀଙ୍କୁ ଅପମାନ କରନ୍ତୁ ନାହିଁ

ଶାସ୍ତ୍ର ଅନୁସାରେ ନାରୀଙ୍କୁ ଦେବୀ ବୋଲି ମନାଯାଇଥାଏ । କୁହାଯାଏ ଯେଉଁଠି ନାରୀଙ୍କର ସମ୍ମାନ ହୋଇଥାଏ,ସେଠାରେ ଦେବତାଙ୍କର ବାସ ହୋଇଥାଏ । କୌଣସି ଦିନ ବି ନାରୀଙ୍କୁ ଅପମାନ କରିବା କଥା ନୁହେଁ । ତେବେ ଏହି କଥାର ଖାସ ମନେ ରଖିବା ଉଚିତ ଯେ ଶୁକ୍ରାବାର ଦିନ ଭୁଲରେ ବି ନାରୀଙ୍କୁ ଅପମାନ କରିବା ଉଚିତ ନୁହେଁ । ନଚେତ୍‌ ମା’ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଓ ଘରେ ଦରିଦ୍ରତା ବାସ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.