ଦେଶରେ ଜାରି ହୋଇଥିବା ଜରୁରୀ କାଳୀନ ସ୍ଥିତିକୁ ପୂରିଲା ୪୫ ବର୍ଷ….

ଦେଶରେ ଜାରି ହୋଇଥିବା ଜରୁରୀ କାଳୀନ ପରିସ୍ଥିତିକୁ ବିତିଛି ଦୀର୍ଘ ୪୫ ବର୍ଷ । ୧୯୭୫ ମସିହା ଜୁନ ୨୫ ତାରିଖର ସେହି ମଧ୍ୟରାତ୍ରକୁ ଯିଏ ଥରେ ଅଙ୍ଗେ ନିଭେଇଥିବ, ସେ ହୁଏତ ଆଉ ମନେ ପକେଇବାକୁ ଇଚ୍ଛା କରିବ ନାହିଁ । ଏହା ଯେମିତି ଥିଲା ଏକ ମନୁଷ୍ୟ କୃତ ଦୁର୍ବିପାକ । ସେସମୟର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ତତକ୍ଷଣାତ ଘୋଷଣା ଦେଶବାସୀଙ୍କୁ ଯେମିତି ଏକ ପ୍ରକାର ଝଟକା ଦେଇଥିଲା । ଜୁନ ୨୫ ମଧ୍ୟରାତ୍ରରେ ଦେଶରେ ଜରୁରୀ କାଳୀନ ସ୍ଥିତି ଘୋଷିତ ହେବା ସହ ପରଦିନ ସକାଳ ବେଳକୁ ଦେଶର ଅନେକ ବରିଷ୍ଠ ନେତା ଯେମିତିକି ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ସମେତ ବିରୋଧୀ ଦଳର ବହୁ ନେତା ଓ ସାଂସଦ ମାନେ “ମିଶା” ଆଇନ ବଳରେ ଗିରଫ ହୋଇ ପର ଦିନ ସକାଳେ ନିଜକୁ ଜେଲର ବନ୍ଦୀ ଶାଳରେ ଠାବ କରିଥିଲେ । ଏମିତିକି କୁଲଦୀପ ନାୟାରଙ୍କ ଭଳି ସାମ୍ବାଦିକଙ୍କୁ ବି ଜେଲଦଣ୍ଡ ଭୋଗିବାକୁ ପଡିଥିଲା । ଦେଶ ସ୍ୱାଧୀନ ହେବାର ୨୯ ବର୍ଷ ପର୍ଯ୍ୟନ୍ତ ଭାରତରେ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ପ୍ରଚଳିତ ଥିବା ବେଳେ ଦେଶରେ ହଠାତ ଘୋଷିତ ହୋଇଥିବା ଜରୁରୀ ପରିସ୍ଥିତି ଜାରି ହେବା ଦ୍ୱାରା ଗଣତନ୍ତ୍ର ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଥିଲା । କେତେକ ଐତିହାସିକଙ୍କ ମତରେ- ଆଲ୍ହାବାଦ ହାଇକୋର୍ଟର ଜଣେ ବିଚାରପତି ଜଗମୋହନ ଲାଲ ସିନ୍ହାଙ୍କ ରାୟ ପ୍ରଧାନମନ୍ତ୍ରୀଙ୍କ ଗାଦିକୁ ଟଳମଳ କରିଦେଇଥିଲା ।

indira gandhi

ଜରୁରୀ ପରିସ୍ଥିତି ଜାରି ହେବା ପରେ କଣ ଘଟିଥିଲା:

– ୧୯୭୬ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା ।

– ସାଧାରଣ ଜନତା ସଂଘବଦ୍ଧ ହୋଇ ପ୍ରତିବାଦ କରିନଥିଲେ ମଧ୍ୟ ଏକଛତ୍ରବାଦୀ ଵ୍ୟବସ୍ଥାକୁ ଗ୍ରହଣ କରିନଥିଲେ ।

– ଜର୍ମାନ ଓ ଇଂଲଣ୍ଡ ପରି ବନ୍ଧୁ ରାଷ୍ଟ୍ର ମାନେ ବି ଭାରତରେ ଜାରି ହୋଇଥିବା ଜରୁରୀ ପରିସ୍ଥିତିରେ ଅସନ୍ତୋଷ ପ୍ରକାଶ କରିଥିଲେ ।

– ଜରୁରୀ ପରିସ୍ଥିତିରେ ଲୋକ ଏମିତି କ୍ଷୁବ୍ଧ ହୋଇଥିଲେଯେ, ୧୯୭୭ ମସିହାରେ ହୋଇଥିବା ଲୋକ ସଭା ନିର୍ବାଚନରେ ଇନ୍ଦିରାଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା । ଫଳରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀ ହୋଇଥିଲେ ।

– ଲୋକ ନାୟକ ଜୟପ୍ରକାଶଙ୍କ ନେତୃତ୍ୱରେ ସମସ୍ତେ ଗୋଟିଏ ଚିହ୍ନରେ ହିଁ ନିର୍ବାଚନ ଲଢ଼ିଥିଲେ ।

What Led To The 'Emergency' & How It Threatened India's Democracy

– ଦେଶ ତମାମ ବିଭିନ୍ନ ଆନ୍ଦୋଳନ ମୁଣ୍ଡ ଟେକିଥିଲା

– ସବୁଠୁ ଜରୁରୀ ହେଉଛି ସଂସଦୀୟ ଗଣତନ୍ତ୍ର ବଦଳରେ ଦେଶରେ ଜାରି ହେଲା ଏକଛତ୍ରବାଦୀ ଶାସନ ।

ଲୋକତନ୍ତ୍ର ସେନାନୀ ମାନେ ଜରୁରୀ କାଳୀନ ସ୍ଥିତି ବିରୋଧରେ ସାଧାରଣ ଲୋକଙ୍କ ମନରେ ଆର୍ଥିକ ଓ ସାମାଜିକ ଚେତନା ସୃଷ୍ଟି କରିବାକୁ ଚେଷ୍ଟା ଜାରି ରଖିଥିଲେ । ୭୪ ମସିହାରେ ଲୋକ ନାୟକ ଜୟପ୍ରକାଶ ନାରାୟଣଙ୍କ ଅଧ୍ୟକ୍ଷତାରେ କ୍ରାନ୍ତି ମଂଚର ସ୍ଥାପନା କରାଯାଇଥିଲା । ଯାହାଙ୍କ ଦ୍ୱାରା କରାଯାଇଥିବା ଆନ୍ଦୋଳନକୁ “ଅଗଷ୍ଟ କ୍ରାନ୍ତି ଆନ୍ଦୋଳନ” ଭାବେ ଜଣାଯାଏ । ଏହାର ଉଦ୍ଦେଶ୍ୟ ଅହିଂସାତ୍ମକ ଉପାୟରେ ଆନ୍ଦୋଳନ କରିବା ଥିଲା । ସେସମୟରେ ଜୟପ୍ରକାଶଙ୍କ ରଚିତ ଏକ ଲୋକ ଗୀତ ଖୁବ ଲୋକପ୍ରିୟତା ହାସଲ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.