Below header

ରେଲୱେର ବଡ ଘୋଷଣା: ଏହି ତାରିଖ ପର୍ଯ୍ଯନ୍ତ ଚାଲିବନି ଟ୍ରେନ, ଫେରାଇ ଦିଆଯିବ ବୁକିଂ ଟଙ୍କା

କରୋନା ମହାମାରୀ ପାଇଁ ଭାରତୀୟ ରେଲୱେ ଆସନ୍ତା ୧୨ ଅଗଷ୍ଟ ପର୍ଯ୍ଯନ୍ତ ସମସ୍ତ ପ୍ରକାର ନିୟମିତ ଟାଇମ୍ ଟେବୁଲରେ ଚାଲୁଥିବା ମେଲ, ଏକ୍ସପ୍ରେସ, ପାସେଞ୍ଜର, ଲୋକାଲ ଟ୍ରେନ ଏବଂ ଇଏମୟୁର ପରିଚାଳନାରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛି। ରିପୋର୍ଟ ଅନୁଯାୟୀ ବିଶେଷ ଟ୍ରେନ ଗୁଡିକ ପୂର୍ବ ଭଳି ପରିଚାଳନା ହେବ। ଏହାବ୍ଯତୀତ ଯେଉଁ ଯାତ୍ରୀମାନେ ଆସନ୍ତା ୧ ଜୁଲାଇରୁ ଆରମ୍ଭ କରି ୧୨ ଅଗଷ୍ଟ ମଧ୍ଯରେ ଟିକେଟ୍ ବୁକିଂ କରି ରଖିଛନ୍ତି ତାହା ରଦ୍ଦ ହୋଇଯିବ। ଏନେଇ ଯାତ୍ରୀମାନେ ମଧ୍ଯ ନିଜର ଟଙ୍କା ଫେରିପାଇବେ।

ଜାଣନ୍ତୁ କିପରି ମିଳିବ ଟଙ୍କା

train cancelledଭାରତୀୟ ରେଲୱେ ଦ୍ବାରା ରଦ୍ଦ କରାଯାଇଥିବା ଟ୍ରେନ୍ ଗୁଡିକ ପାଇଁ PRS କାଉଣ୍ଟର ଟିକେଟ ପାଇଁ ଯାତ୍ରୀମାନେ ଯାତ୍ରା କରିବାର ତାରିଖକୁ ୬ମାସ ପର୍ଯ୍ଯନ୍ତ ରିଫଣ୍ଡ ପାଇଁ ଆବେଦନ କରିପାରିବେ। ସେହିଭଳି ଇ-ଟିକେଟ ଆପେ ଆପେ ଫେରାଇ ଦିଆଯିବ।

ସୂଚନା ମୁତାବକ ଯଦି ଟ୍ରେନ ରଦ୍ଦ କରାଯାଇନାହିଁ ଏବଂ ଯାତ୍ରୀମାନେ ଯାତ୍ରା କରିବା ପାଇଁ ଚାହୁଁନାହାନ୍ତି ତେବେ ଭାରତତୀୟ ରେଲୱେ କରୋନା ମହାମାରୀକୁ ନଜରରେ ରଖି ବୁକିଂ କରାଯାଇଥିବା ଟିକେଟର ସମ୍ପୂର୍ଣ୍ଣ ରାଶି ଫେରାଇ ଦେବ। ଏହି ନିୟମ PRS କାଉଣ୍ଟର ଜେନରେଟ ଟିକେଟ ଏବଂ ଇ-ଟିକେଟ ପାଇଁ ଲାଗୁ ହେବ।

ଯାତ୍ରୀମାନେ ୧୩୯ କିମ୍ବା ଆଇଆରସିଟିସିର ୱେବସସାଇଟ ମାଧ୍ଯମରେ PRS କାଉଣ୍ଟର ଟିକେଟ ମଧ୍ଯ ରଦ୍ଦ କରିପାରିବେ। ଏଥିସହ ଯାତ୍ରା କରିବାର ତାରିଖରୁ ୬ମାସ ମଧ୍ଯରେ କାଉଣ୍ଟରରେ ଟଙ୍କା ଫେରିପାଇବେ। ଟେଲିଫୋନ ନମ୍ବର ୧୩୯ ଜରିଆରେ ଟିକେଟ କ୍ଯାନସଲ କରୁଥିବା ପାସେଞ୍ଜର ଯାତ୍ରା କରିବା ତାରିଖ ଠାରୁ ୩୦ ଦିନ ଭିତରେ କାଉଣ୍ଟରରୁ ଟଙ୍କା ଫେରି ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.