ଫିଲ୍ମ ‘ବେଫିକ୍ରେ’ରେ ସୁଶାନ୍ତଙ୍କୁ ରିପ୍ଲେସ କରିଥିଲେ ରଣବୀର, ନିଜେ ଖୁଲାସା କରିଥିଲେ ସୁଶାନ୍ତ

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ବଲିଉଡର ଅନେକ ଗୁମର ଫିଟିବାରେ ଲାଗିଛି। ଏହି ଉଦୟମାନ ବଲିଉଡ ହିରୋଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏମିତି ସବୁଦିନ ବିଭିନ୍ନ ପ୍ରକାର ଚର୍ଚ୍ଚା ସାମ୍ନାକୁ ଆସୁଥିବା ବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ୟଶରାଜ ଫିଲ୍ମସରେ ସୁଶାନ୍ତଙ୍କ ପ୍ରତି ପକ୍ଷପାତିତା କରାଯାଇଥିଲା। ଏବେ ଏକ ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରେ ବାଣୀ ଏବଂ ରଣବୀରଙ୍କ ଅଭିନୀତ ଫିଲ୍ମ ‘ବେଫିକ୍ରେ’ରେ ସୁଶାନ୍ତଙ୍କ ସ୍ଥାନରେ ରଣବୀରଙ୍କୁ ରିପ୍ଲେସ କରାଯାଇଛି ବୋଲି ଭିଡିଓରେ ଜଣାପଡିଛି। ଏହି ଭିଡିଓ ସୁଶାନ୍ତଙ୍କ ଇଣ୍ଟରଭ୍ୟୁ ଭିଡିଓ ରହିଛି।

ranver

ସୁଶାନ୍ତ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଥିଲେ କି, ତାଙ୍କୁ ଏହି ଫିଲ୍ମ ଅଫର କରାଯାଇନଥିଲା ଏବଂ ସେ କେବେ ବି ଏ ଅଫର ଗ୍ରହଣ କରିନଥାନ୍ତେ। ଏହା ପଛରେ କ’ଣ କାରଣ ଫିଲ୍ମଟି ରିଲିଜ ହେବା ପରେ ଜାଣିପାରିବେ ବୋଲି ସେ କହିଥିଲେ। ଏହାଛଡା ଯଦି ସେହି ପ୍ରଡକ୍ସନ ହାଉସ ମୋତେ ‘ବ୍ୟୋମକେଶ ବକ୍ସୀ’ ଭଳି ଫିଲ୍ମ ଅଫର କରିବ, ତେବେ ମୁଁ ନିଶ୍ଚିତ ଭାବେ ତାକୁ କରିଛି। ଏହାବ୍ୟତୀତୀ ସୁଶାନ୍ତ ତାଙ୍କର ଏବଂ ରଣବୀରଙ୍କ ସହିତ ଚାଲିଥିବା କଥିତ ଶତ୍ରୁତା ବିଷୟରେ ମଧ୍ୟ କହିଥିଲେ। ସୁଶାନ୍ତ ଏବଂ ରଣବୀରଙ୍କ ବୟସ ସମାନ ହୋଇଥିବା ଏପରି ହୋଇଥିଲା। ତା’ ଛଡା ପୁରୁଣା ମ୍ୟାନେଜମେଣ୍ଟ ମୋ ବଦଳରେ ରଣବୀର ସିଂଙ୍କୁ ଚୟନ କରିଥିଲା।

ss

ସୂଚନାଯୋଗ୍ୟ, ଗତ ୧୪ ତାରିଖ ଦିନ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ସ୍ଥିତ ଘରୁ ଉଦ୍ଧାର କରାଯାଇଥିଲା । ଏହା ପରେ ସାରା ଦେଶରେ ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଛି ଯେ ଏଯାଏ ଥମିବାର ନାଁ ନେଉନାହିଁ । ଏହି ଉଦୀୟମାନ ଯୁବ ଅଭିନେତାଙ୍କ ପାଇଁ ସାରା ଦେଶ ଦୁଃଖ କରିଛି । ସୁଶାନ୍ତ ଡିପ୍ରେସନ୍ରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ତଥାପି କ୍ରାଇମ୍ ବ୍ରାଞ୍ଚ ପୋଲିସ୍ ଘଟଣାର ତଦନ୍ତ କରୁଛି । କାରଣ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ କିଛି ଲୋକଙ୍କର ହାତ ରହିଛି ବୋଲି ଜୋରଦାର ଆଲୋଚନା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.