Below header

୮୩ ଲକ୍ଷରେ ନିର୍ମିତ ହୋଇଥିଲା ଭାରତର ସଂସଦ, ଏଠାରେ ଆଜି ମଧ୍ୟ ମିଳୁଛି ୧୨ ଟଙ୍କାରେ ଖାଦ୍ୟ

ଦେଶରେ କିଛି ଦିନ ହେବ ନିର୍ବାଚନ ଶେଷ ହୋଇଛି। ଯେଉଁଥିରେ ନରେନ୍ଦ୍ର ମୋଦିଙ୍କର ଭାଜପା-ଏନଡିଏ ସରକାର ଐତିହାସିକ ବିଜୟ କରିଛନ୍ତି। ଏହି ବିଜୟ ସହିତ ଭାଜପା ୪୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ଏଥର ସଂସଦରେ ୧୭ତମ ଲୋକସଭା ହେବ। ସଂସଦ ଭବନ ଭାରତର ସର୍ବୋଚ୍ଚ ସଂସ୍ଥା ଅଟେ। ଆସନ୍ତୁ ଜାଣିବା ସଂସଦ ଭବନ ବିଷୟରେ କିଛି ରୋଚକ ତଥ୍ୟ।

ଦେଶର ସବୁଠାରୁ ବଡ ଭବନ ର ଇତିହାସ ପ୍ରାୟ ୯ ଦଶକ ରୁ ମଧ୍ୟ ପୁରୁଣା ଅଟେ। ଏହାର ସଂରଚନା ପୁର୍ଣ୍ଣତଃ ଗୋଲାକାର ଅଟେ। କୁହାଯାଏ ଯେ ଏହି ଅଟ୍ଟାଳିକାକୁ ନିର୍ମାତା ବ୍ରିଟିସ ବାସ୍ତୁବିଦ ସାର ଏଡବିନ ଲୁଟିୟଂସ ଥିଲା। କୁହାଯାଏ ଯେ ମଧ୍ୟପ୍ରଦେଶର ମୁରୈନା ନିକଟସ୍ଥ ପ୍ରାଚୀନ ଚଉଷଠି ଯୋଗିନି ମନ୍ଦିରରୁ ଏହି ଭବନର ଡିଜାଇନ ଆପଣାଯାଇଥିଲା।

cantineଦେଶର ଶହ କୋଟିର ବଜେଟ ଦିଆଯାଇଥିବା ସଂସଦ ଭବନକୁ ବନାଇବା ପାଇଁ ଖର୍ଚ୍ଚ ହୋଇଥିଲା ୮୩ ଲକ୍ଷ ଟଙ୍କା। ସଂସଦ ଭବନର ପ୍ରଥମ ଇଟା ଫେବୃଆରୀ ୧୨, ୧୯୨୧ ରେ ରଖାଯାଇଥିଲା। ଏହାସହିତ ଏହା ନିର୍ମାଣ ହେବାକୁ ୬ ବର୍ଷ ସମୟ ଲାଗିଥିଲା।
ଦେଶରେ ଭିଆପି କୁହାଯାଉଥିବା ସଂସଦଙ୍କ ପାଇଁ ଏଠାରେ ଖାଦ୍ୟ ସବୁଠାରୁ ଶସ୍ତା ଦାମରେ ଉପଲବ୍ଧ ହୋଇଥାଏ। ସଂସଦର କ୍ୟାଣ୍ଟିନରେ ଖାଦ୍ୟ ପ୍ରାୟ ୧୨ ଟଙ୍କାରେ ମିଳିଥାଏ।

libraryସଂସଦର ଲାଇବ୍ରେରୀ ଦେଶର ସବୁଠାରୁ ବଡ ଲାଇବ୍ରେରୀ ଅଟେ। ଏହି ଲାଇବ୍ରେରୀରେ ଭାରତର ସମ୍ବିଧାନର ହିନ୍ଦି ଏବଂ ଇଂରାଜୀରେ ହାତରେ ଲେଖା ପ୍ରତିଲିପି ନାଇଟ୍ରୋଜେନ ଗ୍ୟାସରେ ଭରା ହୋଇଥିବା ଚ୍ୟାମ୍ବରରେ ସୁରକ୍ଷିତ ହୋଇ ରଖାଯାଇଛି।

ଦେଶର ସୁପ୍ରିମ କୋର୍ଟ ପ୍ରଥମେ ସଂସଦର ସେଣ୍ଟ୍ରାଲ ହଲରେ ଥିଲା। ସ୍ବାଧିନତା ପରେ ନୂଆ ସୁପ୍ରିମ କୋର୍ଟ ବିଲ୍ଡିଂ ବନାଇବା ପର୍ଯ୍ୟନ୍ତ ସେଣ୍ଟ୍ରାଲ ହଲରେ ହିଁ ଦେଶର ସୁପ୍ରିମକୋର୍ଟ ଚାଲୁଥିଲା। ସଂସଦର ଦୁଇ ସଦନ ଘୋଡା ପାଦର ସଂରଚନା ଉପରେ ନିର୍ମିତ ହୋଇଥିଲା। ଲୋକସଭା ଏବଂ ରାଜ୍ୟସଭା ହଲର ଆକାର ଘୋଡା ପାଦର ଆକାରର ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.