କାଠମାଣ୍ଡୁରେ ପହଞ୍ଚିଲା କଳ୍ପନା ଦାଶଙ୍କ ମର ଶରୀର, ବ୍ୟବଚ୍ଛେଦ କରି ମୃତଦେହକୁ ଓଡ଼ିଶା ଆଣିବାରେ ହୋଇପାରେ ବିଳମ୍ବ

କାଠମାଣ୍ଡୁରେ ପହଞ୍ଚିଲା ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର । ଖରାପ ପାଗ ଯୋଗୁ ହେଲିକପ୍ଟରରେ ପାର୍ଥିବ ଶରୀର ତଳକୁ ଆଣିବାରେ ହେଉଛି । ଦୁଇଦିନ ତଳେ କଳ୍ପନାଙ୍କ ମୃତଦେହ ବରଫତଳୁ ଉଦ୍ଧାରକାରୀ ଟିମ୍‌ ‘ସାର୍ପୋ’ ଉଦ୍ଧାର କରିଥିଲା । ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ ବେଳେ ଏଭରେଷ୍ଟର ବାଲକୋନି ଏରିଆରେ ତାଙ୍କର ମୃତ୍ୟୁ ହୋଇଥିଲା। ବେସ୍‌କ୍ୟାମ୍ପ ୪ରୁ ମରଶରୀରକୁ କାଠମାଣ୍ଡୁ ଅଣାଯାଇଛି । ବରଫ ତଳୁ ଉଦ୍ଧାର କଳ୍ପନାଙ୍କ ମରଶରୀର ସ୍ୱାଭାବିକ ଅବସ୍ଥାକୁ ଆସିବା ପାଇଁ ୨ଦିନ ଲାଗିବ । ଏହାପରେ ଶବ ବ୍ୟବଚ୍ଛେଦ କରାଯିବ । କଳ୍ପନାକୁ ପାର୍ଥିବ ଶରୀର ଆଣିବା ପାଇଁ ତାଙ୍କ ଭାଇ କାଠମାଣ୍ଡୁ ଯାଇଛନ୍ତି । ୨୦୦୮ରେ କଳ୍ପନା ପ୍ରଥମ ଥର ପ୍ରଥମ ଓ଼ଡିଆ ଭାବେ ଏଭରେଷ୍ଟ ଆରୋହଣରେ ସଫଳ ହୋଇଥିଲେ। ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.