ଲିକ ହେଲା ଗାଲାକ୍ସି ଏମ ୪ର ମୂଲ୍ୟ ! ଦମଦାର ଫିଚର ସହ ୧୧ ଜୁନକୁ ହେବ ଲଞ୍ଚ

ନୂଆଦିଲ୍ଲୀ : ସାମସଙ୍ଗ ନିଜର ଏମ୍‌ ସିରିଜର ଚତୁର୍ଥ ସ୍ମାର୍ଟଫୋନ ଗାଲାକ୍ସି ଏମ୪୦କୁ ନେଇ ଅଫିସିଆଲ ଟିଜର ଜାରି କରିସାରିଛି। କମ୍ପାନୀର ସୂଚନା ଅନୁଯାୟୀ ଏହି ସ୍ମାର୍ଟଫୋନକୁ ଭାରତରେ ୧୧ ଜୁନରେ ଲଞ୍ଚ କରାଯିବ। କମ୍ପାନୀ ଆମାଜନ୍‌ ସପିଂ ସାଇଟ ଏବଂ ସାମସଙ୍ଗର େଓ୍ଵବସାଇଟରେ ଏହାର ଟିଜର ଏବଂ କିଛି ଫଟୋ ରିଲିଜ୍‌ କରାଯାଇଥିଲା। ଫଟୋକୁ ଦେଖି ଅନୁମାନ ଲଗାଯାଉଛି କି ଏହାର ରିୟରରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ସହ ବ୍ୟାକ ପ୍ୟାନେଲରେ ସିଙ୍ଗଲ ଫ୍ଳାସ ଦିଆଯାଇଛି। ଏହା ବ୍ୟତୀତ ଫୋନର ଆଉ କିଛି ଫିଚର ଏବଂ ମୂଲ୍ୟ ଲିକ୍‌ ହୋଇଥିବା ମଧ୍ୟ ସୂଚନା ମିଳିଛି।

galaxy_m40_0

ସୂଚନା ଅନୁଯାୟୀ, Samsung M40ରେ ଇନଫିନିଟି-ଠ ଡିସପ୍ଳେ ରହିବ। ଏହା ସହ ସ୍ନାପଡ୍ରାଗନ୍‌ ୬୦୦ ସିରିଜ୍‌ ପ୍ରୋସେସର ଏବଂ ଟ୍ରିପଲ ରିୟର କ୍ୟାମେରା ସେଟଅପ ବିଶିଷ୍ଟ ରହିବ। ଏଥିରେ ଆଣ୍ଡ୍ରୋଏଡ ପାଏ ରହିଥିବା ବେଳେ ୧୨୮ ଜିବି ଷ୍ଟୋରେଜର ସୁବିଧା ମିଳିବ। ସ୍ମାର୍ଟଫୋନରେ ଆମୋଏଲଇଡି ଡିସପ୍ଳେ ଏବଂ ପାଓ୍ଵାର ପାଇଁ ୫୦୦୦ଏମଏଏଚ୍‌ ବ୍ୟାଟେରୀ ରହିବ। ତେବେ ଏହାକୁ ଆମାଜନ ସପିଂ ସାଇଟରେ ଏକ୍ସକ୍ୟୁସିଭ୍‌ ଭାବେ ବିକ୍ରି କରାଯାଇପାରେ ବୋଲି ଶୁଣିବାକୁ ମିଳିଛି।

ତେବେ ଏମ୍‌ ସିରିଜର ଅନ୍ୟା ଫୋନ ଭଳି ଏହା ମଧ୍ୟ ଏକ ବଜେଟ ସ୍ମାର୍ଟଫୋନ ହେବ ବୋଲି ଆଶା କରାଯାଉଛି। ତେବେ ଲିକ୍‌ ତଥ୍ୟ ଅନୁଯାୟୀ ଏହି ଦମଦାର ଫୋନର ମୂଲ୍ୟ ୨୦,୦୦୦ ଟଙ୍କା ରହିପାରେ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.