ମୋଦି ଦ୍ବିତୀୟଥର ପ୍ରଧାନମନ୍ତ୍ରୀ ହେବାରୁ ବହୁତ ଖୁସି ଏହି ସେଲୁନ୍ ମାଲିକ, ମାଗଣାରେ ଗ୍ରାହକଙ୍କୁ ଦେଉଛନ୍ତି ସେବା

ଜୋଧପୁର :  ଆଜିଠୁ ଆରମ୍ଭ ହେବ ମୋଦିଙ୍କ ଦ୍ୱିତୀୟ ଇନିଂସ । ଆଉ କିଛି ସମୟ ପରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ସେହି ଖୁସିରେ ରାଜସ୍ଥାନର ଜୋଧପୁର ଅଞ୍ଚଳରେ ଜଣେ ସେଲୁନ ଦୋକାନୀ ମାଗଣାରେ ଗ୍ରାହକଙ୍କ ଚୁଟି ଓ ଦାଢି କାଟିଛନ୍ତି ।

ମୋଦିଙ୍କ ପ୍ରଶଂସକ ମଧ୍ୟରୁ ଜଣେ ହେଉଛନ୍ତି ଏହି ସେଲୁନର ମାଲିକ ଅଶୋକ ସେନ । ଜୋଧପୁରର ଚୈପାସନି ହାଉସିଙ୍ଗ ବୋର୍ଡ ସେକ୍ଟର ୧୪ ସ୍ଥିତ ଜୟ ଭବାନି ସେଲୁନର ମାଲିକ ଅଟନ୍ତି ଅଶୋକ ।ଏଭଳି ମାଗଣା ଚୁଟି କାଟିବା ନେଇ ଅଶୋକ କହିଛନ୍ତି ଯେ,ଦେଶରେ ପୁଣିଥରେ ମୋଦି ପ୍ରଧାନମନ୍ତ୍ରୀ ପାଇଁ ଶପଥ ନେବା ଓ ଜୋଧପୁର ସଂସଦୀୟ ଆସନର ଗଜେନ୍ଦ୍ର ସିଂ ସେଖାୱତଙ୍କ ଜିତ୍ ପାଇଁ ଏହି ମାଗଣା ସେବା ଦେଉଛି ବୋଲି କହିଛନ୍ତି । ଏଥିପାଇଁ ସକାଳ ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ ସେଲୁନକୁ ଆସୁଥିବା ପ୍ରତ୍ୟକ ଗ୍ରାହାକଙ୍କ ଠାରୁ କିଛି ବି ପଇସା ରଖାଯିବନାହିଁ ।

ସେହିପରି ଆଜମେରର ଜଣେ ଚା ବାଲା ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଖୁସିରେ ଲୋକ ମାନଙ୍କୁ ମାଗଣାରେ ଚା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.