Below header

ଘରେ ପ୍ରସ୍ତୁତ କରନ୍ତୁ ଦୋକାନ ଭଳି ମସରୁମ ରୋଲ୍

ସାମଗ୍ରୀ

ମସରୁମ – ୬,୭ଟି

ବ୍ରେଡ ଗୁଣ୍ଡ – ୧/୨ କପ୍

କଣ୍ଣଫ୍ଲୋର – ୨ ଟେବୁଲ ଚାମଚ

ବେସନ – ୨ ଟେବୁଲ ଚାମଚ

ଲାଲ ଲଙ୍କା ପାଉଡର – ୧/୪ ଟେବୁଲ ଚାମଚ

ଲୁଣ – ସ୍ବାଦାନୁସାରେ

ଅଦା ପେଷ୍ଟ – ୧ ଟେବୁଲ ଚାମଚ

ଧନିଆ ପତ୍ର – ଛୋଟ କଟାହୋଇଥିବା

ପ୍ରଣାଳୀ

-ସର୍ବପ୍ରଥମେ କର୍ଣ୍ଣଫ୍ଲୋର ଏବଂ ବେସନରେ ଆବଶ୍ୟକ ଅନୁସାରେ ପାଣି ଭଲଭାବରେ ମିଶାନ୍ତୁ। ଘୋଳ ଏତେ ଗାଢ଼ା ହେବା ଆବଶ୍ୟକ ମସରୁମ ଉପରେ କୋଟିଂ ଭଲଭାବରେ ହେବ।

-ସବୁ ମସରୁମକୁ ଭଲଭାବେ ଓଦା କପଡାରେ ପୋଛି ଦିଅନ୍ତୁ। ଏହାକୁ ଦୁଇ ଅଂଶରେ କାଟି ଦିଅନ୍ତୁ।

-କଡାଇରେ ତେଲ ଗରମ କରନ୍ତୁ। ଗୋଟିଏ ଗୋଟିଏ ମସରୁମ ଘୋଳରେ ପକାନ୍ତୁ। ପରେ ଘୋଳରୁ ମସରୁମ ବାହାର କରି ବ୍ରେଡ ଗୁଣ୍ଡରେ ଗୋଳାଇ ଦିଅନ୍ତୁ। ଏହାପରେ ପ୍ଲେଟରେ ରଖନ୍ତୁ।

-ସବୁ ମସରୁମକୁ ଏହିଭଳି ଭାବେ ଗୋଳାଇ ପ୍ଲେଟରେ ରଖନ୍ତୁ । ଗରମ ତେଲରେ ଗୋଟିଏ ଗୋଟିଏ କରି ସୁନେଲୀ ରଙ୍ଗ ହେବା ଯାଏଁ ଛାଣନ୍ତୁ। ଏବେ ଆପଣଙ୍କର ଗରମାଗରମ କ୍ରିସପି ମସରୁମ ବୋଣ୍ଡା ପ୍ରସ୍ତୁତ ହୋଇଯାଇଛି।

-ଏହାଉପରେ ଚାଟ ମସଲା ଏବଂ ଧନିଆ ଚଟଣୀ କିମ୍ବା ଟମାଟୋ ସହିତ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.