ଆଜିଠୁ ମୋଦିଙ୍କ ଦ୍ୱିତୀୟ ଇନିଂସ, ଓଡ଼ିଶାରୁ ମନ୍ତ୍ରୀ ହେବେ ଦୁଇ ଜଣ

ନୂଆଦିଲ୍ଲୀ : ଆଜିଠୁ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ। ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ରହିଛି। ମୋଦି କ୍ୟାବିନେଟରେ ଓଡ଼ିଶାରୁ ଦୁଇ ଜଣ ମନ୍ତ୍ରୀ ହେବେ। ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବରେ ଆଜି ଶପଥ ନେବେ। ସେହିପରି ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ମୋଦି କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ନେବେ। ଧର୍ମେନ୍ଦ୍ର ଦ୍ୱିତୀୟ ଥର ସମ୍ଭାଳିବେ ମନ୍ତ୍ରୀପଦ।

ମୋଦିଙ୍କ ପ୍ରଥମ ପାଳିରେ ଧର୍ମେନ୍ଦ୍ରଙ୍କୁ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ୍‌ ମନ୍ତ୍ରାଳୟ। ଚଳିତ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କୁ ୧୨ ହଜାରରୁ ଅଧିକ ଭୋଟରେ ହରାଇଥିଲେ ପ୍ରତାପ ଷଡ଼ଙ୍ଗୀ। ଏହାପରେ ନିଜର ସରଳ ଜୀବନଯାପନ ଓ ଚଳଣି ପାଇଁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାକୁ ଆସିଥିଲେ ପ୍ରତାପ ଷଡ଼ଙ୍ଗୀ। ଜାତୀୟ ଗଣମାଧ୍ୟମରେ ମଧ୍ୟ ତାଙ୍କୁ ନେଇ ନାନା ଚର୍ଚ୍ଚା ହୋଇଛି। କେହି କେହି ତାଙ୍କୁ ଓଡ଼ିଶାର ମୋଦି ବୋଲି କହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.