Below header

ସାତମାସ ହେଲା ମିଲୁନି ବିଧବା ଭତ୍ତା, ସରକାରୀ ରିପୋର୍ଟରେ ମଲ୍ଲି କିସାନ ମୃତ

ଅଙ୍ଗନଓ୍ଵାଡି ଦିଦି ଦେଇଥିବା ରିପୋର୍ଟରେ ଲେଖାଅଛି ମଲ୍ଲି କିସାନ ମୃତ । ମଲ୍ଲିଙ୍କ ଭୂତ ଦାବି କରିଛି ଭତ୍ତା ପାଇଁ । ବାସ୍ତବ ହେଲା ଏବେବି ମଲ୍ଲି କିସାନ ଜୀବିତ ଅଛନ୍ତି । ଯାହାଙ୍କୁ ବଞ୍ଚି ଥାଉ ଥାଉ ମାରି ଦେଇଛନ୍ତି ଅଙ୍ଗନଓ୍ଵାଡି ଦିଦି ।

କେନ୍ୟୁଜ୍‌(ବ୍ୟୁରୋ): ପଞ୍ଚାୟତ ସମିତିକୁ ଅଙ୍ଗନଓ୍ଵାଡି ଦିଦି ଦେଇଥିବା ରିପୋର୍ଟରେ ଲେଖାଅଛି ମଲ୍ଲି କିସାନ ମୃତ । ଅର୍ଥାତ ସାତମାସ ହେଲା ମଲ୍ଲି କିସାନ ଆର ପାରିକୁ ଚାଳି ଯାଇଛନ୍ତି । ସରକାରୀ ନିୟମ ଅନୁସାରେ ମୃତ୍ୟୁପରେ ବ୍ୟକ୍ତିଙ୍କୁ ମିଳୁଥିବା ସରାକାରୀ ସୁବିଧା ତଥା ଭତ୍ତା ଓ ରାସନ ବନ୍ଦ ହୋଇଯାଏ । ଏଠିବି ସେଇୟା ହୋଇଛି । କିନ୍ତୁ ଏଠି ମଲ୍ଲିଙ୍କ ଭୂତ ଦାବି କରିଛି ଭତ୍ତା ପାଇଁ । ଏବେ ଅଡୁଆରେ ପଡ଼ି ଯାଇଛନ୍ତି ସରକାରୀ ବାବୁ । ଭୂତକୁ କେମିତି ଦେବେ ଭତ୍ତା । ଦର୍ଶକବନ୍ଧୁ ଯଦି ଦିଦିଙ୍କ ରିପୋର୍ଟରେ ମଲ୍ଲି କିସାନ ମୃତ । କିନ୍ତୁ ବାସ୍ତବ ହେଲା ଏବେବି ମଲ୍ଲି କିସାନ ଜୀବିତ ଅଛନ୍ତି । ଯାହାଙ୍କୁ ବଞ୍ଚି ଥାଉ ଥାଉ ମାରି ଦେଇଛନ୍ତି ଅଙ୍ଗନଓ୍ଵାଡି ଦିଦି । ଏହାପରେ ସାତ ମାସହେଲା ତାଙ୍କ ରାସନ ଓ ଭତ୍ତା ବନ୍ଦ ହୋଇ ପଡ଼ି ରହିଛି । ରିପୋର୍ଟରେ ମଲ୍ଲି କିସାନ ମରିଯାଇଥିବା ଶୁଣିବା ପରେ ନିଜେ ମଲ୍ଲି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆଉ କ୍ଷୋଭର ସହ କହିଛନ୍ତି ବଞ୍ଚିଥିବା ଲୋକଙ୍କୁ ମାରିଦେବେ ଏମାନେ ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ବଡ଼ପୋଷ ଗାଁର ମଲ୍ଲି କିସାନ । ସ୍ୱାମୀ ଆରପାରିକୁ ଚାଲି ଯିବାପରେ ଦିନ ମଜୁରିଆ ଭାବେ କାମକରି ପେଟ ପୋଷୁଥିଲେ ମଲ୍ଲି । ଏହାସହ ତାଙ୍କୁ ମିଳୁଥିବା ବିଧବା ଭତ୍ତାରେ ନିଜର ଗୁଜୁରାଣ କରୁଥିଲେ । ହେଲେ ତାଙ୍କୁ ମିଳୁଥିବା ବିଧବା ଭତ୍ତା ହଠାତ ବନ୍ଦ ହୋଇ ଯାଇଥିଲା । ସେ ଭାବିଲେ ଏମାସ ମିଳିନି ଆସନ୍ତା ମାସକୁ ମିଳିବ । ଏମିତି ବିତି ଚାଲିଲା ପ୍ରାୟ ୭ମାସ ସମୟ । ହେଲେ ତାଙ୍କ ଭତ୍ତା ଆଉ ତାଙ୍କୁ ମିଳିଳାନି । ଜନସେବା କେନ୍ଦ୍ରରେ ପଚାରିବାରୁ ସେମାନେ ବ୍ଲକ କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ କହିଥିଲେ । ସେ ଯାଇ ବ୍ଲକରେ ଦେଖିଲା ବେଳକୁ ବ୍ଲକ କର୍ମଚାରୀ ମଲ୍ଲି କିସାନ ମରିଯାଇଥିବା କହିଥିଲେ । ଏହାପରେ ସେ ଆଶ୍ଚର୍ଯ୍ୟ ହେବାସହ ମୁଁ ବଞ୍ଚିଛି ମରିଲି କେତେବେଳେ ବୋଲି ବ୍ଲକ କର୍ମଚାରୀଙ୍କୁ କହିଥିଲେ । ଖୋଜାଖୋଜି କରିବା ପରେ ଅଙ୍ଗନଓ୍ଵାଡି ଦିଦି ଦେଇଥିବା ରିପୋର୍ଟରେ ଲେଖାଅଛି ମଲ୍ଲିକିସାନ ମୃତ । ବ୍ଲକ କର୍ମଚାରୀ ତାଙ୍କଠୁ ଆଧାର କାର୍ଡ ନେଇ ଭତ୍ତା ମିଳିଯିବ ବୋଲି କହିଥିଲେ ଏହାରି ଭିତରେ ୨ମାସ ବିତି ସାରିଥିଲେ ସୁଦ୍ଧା ମଲ୍ଲିଙ୍କୁ ମିଲିନି ଭତ୍ତା । ସେ କେବଳ ଅଙ୍ଗନଓ୍ଵାଡିଠୁ ବ୍ଲକ ଦଉଡୁଛନ୍ତି ।

ଅଙ୍ଗନଓ୍ଵାଡି କେନ୍ଦ୍ରକୁ ପଚାରିବାକୁ ଗଲେ ସେମାନେ ବ୍ଲକ କାର୍ଯ୍ୟାଳୟକୁ ପଠାଇ ଦେଉଥିବା ବେଳେ ବ୍ଲକରୁ ଅଙ୍ଗନଓ୍ଵାଡି କେନ୍ଦ୍ରକୁ ପଠାଇ ଦେଉଛନ୍ତି । ଏମିତି ଭତ୍ତା ଟିକକ ପାଇଁ ବ୍ଲକରୁ ଅଙ୍ଗନଓ୍ଵାଡି ଓ ଅଙ୍ଗନଓ୍ଵାଡିରୁ ବ୍ଲକ ଦଉଡିବା ସାର ହେଉଛି । ହେଲେ କେଉଁ ସରକାରୀ ବାବୁ୍‌ଙ୍କୁ ଦୟା ହେଉନି । ଏ ସମ୍ପର୍କରେ ବଣାଇ ଉପଜିଲ୍ଲାପାଳଙ୍କୁ ଆମ ପ୍ରତିନିଧି ଜଣାଇବା ପରେ ସେ ଏସମ୍ପର୍କରେ ଜାଣିଥିବା କହିଥିଲେ । ଉପଜିଲ୍ଲାପାଳ ବ୍ଲକ ଅଫିସରୁ ଏସମ୍ପର୍କରେ ବୁଝିଥିଲେ ଓ ସାତଦିନ ଭିତରେ ମଲ୍ଲି ଭତ୍ତା ପାଇବେ ବୋଲି ପ୍ରତିଶୃତି ଦେଇଥିଲେ । ଏହାସହ ଭୁଲ ରିପୋର୍ଟ ଦେଇଥିବା କର୍ମଚାରୀଙ୍କୁ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ । ଜଣେ ବଞ୍ଚି ଥାଉ ଥାଉ ମରିଲା କିପରି? ଘରେ ବସିରହି କାଗଜ କଲମରେ ରିପୋର୍ଟ ଦେଉଥିବାରୁ ଏପରି ହୋଇଛ କି? ନା ଅନ୍ୟ କିଛି କାରଣ ଅଛି । ତାହା ତ ତଦନ୍ତପରେ ସ୍ପଷ୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.