ବସ ଓ କାର ମୁହାଁ ମୁହିଁ ଧକ୍କା, ଅଳ୍ପକେ ବଞ୍ଚିଲେ ଯାତ୍ରୀ

କରଞ୍ଜିଆ ଥାନା ଅନ୍ତର୍ଗତ କଙ୍କଡା ଛକ ନିକଟରେ ବସ ଓ କାର ମୁହାଁ ମୁହିଁ ଧକ୍କା ହୋଇଛି। ଫଳରେ ଅଳ୍ପକେ ବଞ୍ଚିଲେ ଯାତ୍ରୀ ।

କରଞ୍ଜିଆ (କେନ୍ୟୁଜ): କରଞ୍ଜିଆ ଥାନା ଅନ୍ତର୍ଗତ କଙ୍କଡା ଛକ ନିକଟରେ ବସ ଓ କାର ମୁହାଁ ମୁହିଁ ଧକ୍କା ହୋଇଛି। ୨୨୦ ନଂ ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା ଘଟିଛି । ଫଳରେ ଅଳ୍ପକେ ବଞ୍ଚିଲେ ଯାତ୍ରୀ ।

ସୂଚନା ମୁତାବକ ‘ଗୌରୀ’ ନାମକ ଏକ ଘରୋଇ ବସ୍ ଯଶୀପୁର ପଟୁ କରଞ୍ଜିଆ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ସହ ଧକ୍କା ହୋଇଥିଲା । ଫଳରେ କାର୍ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଅଳ୍ପକେ ବର୍ତ୍ତିଯାଇଛନ୍ତି ବସ୍ ଯାତ୍ରୀ ଓ କାର୍ ଚାଳକ । ତେବେ ଦୁର୍ଘଟଣା ପରେ ବସଟି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.