Below header

ସୋସିଆଲ ମିଡିଆରେ ଭାଇରାଲ ହେଲା ମାଆ ପାଇଁ ଲେଖାଯାଇଥିବା ପିଲାଙ୍କ ଭାବୁକଭରା କରୋନା ଚିଠି 

ପୁରା ଦେଶ କରୋନା ମହାମାରୀ ସହ ଲଢୁଥିବା ବେଳେ ସୋସିଆଲ ମିଡିଆରେ ଏମିତି ଅନେକ ପୋଷ୍ଟ ଭାଇରାଲ ହେଉଛି, ଯାହାକୁ ଦେଖି ଦେଶରେ କରୋନକୁ ନେଇ ଉପୁଜୁଥିବା ପ୍ରକୃତ ପରିସ୍ଥିତି ସମ୍ପର୍କରେ ଜାଣିହେଉଛି । ଏହି ମହାମାରୀ ଲୋକଙ୍କ ଜୀବନ ନର୍କ କରିସାରିଲାଣି । କିଏ ନିଜ ବାପା ମାଆଙ୍କୁ ହରାଉଛି ତ ଅନ୍ୟଳ କିଏ ନିଜ ପିଲା ଛୁଆଙ୍କୁ । ଏବେ ଏଭଳି ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖି ଆପଣଙ୍କ ଆଖିରୁ ଲୁହ ବାହାରିଯିବ ।

ସୋସିଆଲ ମିଡିଆରେ ଏକ ଚିଠି ଭାଇରାଲ ହେବାରେ ଲାଗିଛି । ଯାହାକୁ ପଢ଼ିଲେ ଆପଣ ମଧ୍ୟ ଭାବୁକ ହୋଇଯିବେ । ଏଥିରେ ଲେଖା ହୋଇଛି ଯେ, ମାଆ ଆମେ ତଳେ ଅଛୁ । ତୁମ ଦେହ ସୁସ୍ଥ ହୋଇଯାଉ । ଆମେ ତୁମକୁ ନେଇଯିବୁ । ଚିନ୍ତା କରନି । ଏହାତଳେ ସେହି ପିଲାଙ୍କ ନାମ ମଧ୍ୟ ଅଛି। ଯିଏ ଏହାକୁ ତାଙ୍କ ମାଆଙ୍କ ପାଇଁ ଲେଖିଥିଲେ । ମାଆଙ୍କୁ ସୁସ୍ଥ ରଖିବା ପାଇଁ ଏହି ପତ୍ର ତାଙ୍କ ମାଆଙ୍କ ପାଇଁ ଲେଖିଥିଲେ ।

କରୋନା ସମୟ ସତରେ ବହୁତ କଷ୍ଟକର ।ଏହାକୁ ପାର ହେବାପାଇଁ ବ୍ୟକ୍ତି ମଧ୍ୟରେ ଅଜସ୍ର ଧୈର୍ଯ୍ୟ ରହିବା ଆବଶ୍ୟକ । ତେଣୁ ଏହି ସମୟରେ ଆପଣ ମଧ୍ୟ ନିଜ ସହ ନିଜ ପରିବାରର ଧ୍ୟାନ ରଖନ୍ତୁ ।ନିଜେ ସତର୍କ ରହିବା ସହ ଅନ୍ୟ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.