Below header

ବନ୍ଦ କଫିନ୍‌ ଭିତରେ ୟୁଟ୍ୟୁବରଙ୍କୁ ୧୦ ଫୁଟ ଗଭୀର ଗାତରେ ପୋତି ଦିଆଗଲା, ୫୦ ଘଣ୍ଟା ପରେ ଜୀବିତ ଅବସ୍ଥାରେ ବାହାରିଲେ, ଦେଖନ୍ତୁ ଭିଡିଓ

ପ୍ରସିଦ୍ଧ ୟୁଟ୍ୟୁବର ମିଷ୍ଟରବିଷ୍ଟ୍‍ ଏକ କଫିନ୍‌ ଭିତରେ ପାଖାପାଖି ୫୦ ଘଣ୍ଟା ବିତାଇଛନ୍ତି। ସେ ପାଖାପାଖି ୧୦ ଫୁଟ ଗଭୀର ଗାତ ଭିତରେ ଦୁଇ ଦିନରୁ ଅଧିକ ସମୟ ବିତାଇଛନ୍ତି। ଏହା ସତ୍ତ୍ୱେ ସେ ଜୀବିତ ଅବସ୍ଥାରେ ବାହାରକୁ ବାହାରିଛନ୍ତି।

ଏତିକି ନୁହେଁ, ସେ ଏହି ମୁହୂର୍ତ୍ତକୁ ନିଜର କେତେକ କ୍ୟାମେରା ସାହାଯ୍ୟରେ କଏଦ କରି ନେଇଛନ୍ତି। କହି ରଖୁଛୁ, ୟୁଟ୍ୟୁବ୍‌ରେ ତାଙ୍କର ୫ କୋଟିରୁ ଅଧିକ ଫଲୋୟର ଅଛନ୍ତି। ୧୫ ମିନିଟ୍‌ର ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ମିଷ୍ଟରବିଷ୍ଟ୍‍ଙ୍କୁ ଏକ କଫିନ୍‌ ଭିତରେ ଶୋଇଥିବାର ଦେଖିବାକୁ ମିଳୁଛି। ଏହି ସମୟରେ ସେ ହାତରେ ଡିଭାଇସ୍‌ ଧରି ବାହାର ସାଙ୍ଗମାନଙ୍କ ସହିତ କଥା ହେଉଛନ୍ତି। ଏହି ସମୟରେ ସେ କହୁଛନ୍ତି କି, ମୁଁ ଚାରିଆଡ଼େ ବୁଲିବାକୁ ଚାହୁଁଛି, କିନ୍ତୁ ମୁଁ ଏମିତି କରିପାରିବି ନାହିଁ।

କଫିନ୍‌ ଭିତରେ ମିଷ୍ଟରବିଷ୍ଟ୍‍ଙ୍କ ପାଖରେ ଏକ କମ୍ବଳ, କିଛି ଭୋଜନ ଏବଂ ଏକ ତକିଆ ରହିଥିବା ଦେଖାଯାଉଛି। କିଛିଦିନ ତଳେ ସେ ଏହି ଭିଡିଓ ଶେୟାର କରି ସେ ଲେଖିଥିଲେ ଯେ ‘ଏହା ଏ ପର୍ଯ୍ୟନ୍ତର ସବୁଠାରୁ ପାଗଳାମୀ ଜିନିଷ ଥିଲା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.