Below header

ଟ୍ୟୁସନ୍‌ରୁ ଫେରୁଥିବା ବେଳେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ, ୨ ଗିରଫ

ମେରଠ : ଉତ୍ତର ପ୍ରଦେଶର ମେରଠରେ ଘଟିଯାଇଛି ଏକ ବର୍ବୋରଚିତ ଘଟଣା । ଜଣେ ୧୦ ମ ଶ୍ରେଣୀ ଛାତ୍ରୀକୁ ଗଣ ଦୁଷ୍କର୍ମ କରିବା ପରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଏହି ମାମଲରେ ପୋଲିସ ୨ ଜଣଙ୍କୁ ଗିରଫ କରି ଅନ୍ୟମାନଙ୍କୁ ଖୋଜିବା ଆରମ୍ଭ କରିଛି ।

ସୂଚନାନୁଯାୟୀ, ଉତ୍ତର ପ୍ରଦେଶ ସରଘନା ଅଞ୍ଚଳରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଟ୍ୟୁସନ୍‌ରୁ ଫେରୁଥିବା ବେଳେ ୪ ଜଣ ଯୁବକ ତାଙ୍କୁ ଉଠାଇ ନେଇଥିଲେ । ତାଙ୍କୁ ଏକ ଘରେ ରଖି ୪ ଯୁବକ ଦୁଷ୍କର୍ମ କରିଥିଲେ । ଏହା ପରେ ଛାତ୍ରୀ ଜଣକ ଘରକୁ ଫେରି ବିଷ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ପୋଲିସ୍‌ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିବା ସହ ଅନ୍ୟମାନଙ୍କୁ ଖୋଜିବା ଆରମ୍ଭ କରିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଦେଖି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.