ଖରା କାରଣରୁ ତ୍ୱଚା କଳା ପଡୁଥିଲେ ଆପଣାନ୍ତୁ ଏହି ୪ଟି ଘରୋଇ ଟିପ୍ସ, ଯାହା ଆପଣଙ୍କ ତ୍ୱଚାକୁ ରଖିବ ଫିଟ୍‌

ସାଧାରଣତଃ ଗରମ ଦିନରେ ସ୍କିନ ଉପରେ ବେଶୀ ଖରାପ ପ୍ରଭାବ ପଡିଥାଏ। ଖରା ପାଇଁ ଲୋକଙ୍କ ସ୍କିନ ଟୋନରେ ଅନେକ ପରିବର୍ତ୍ତନ ଆସେ। ଯାହାକୁ ନେଇ ସମସ୍ତେ ଚିନ୍ତାରେ ପଡନ୍ତି । ପ୍ରତିଦିନ ତାପମାତ୍ରା ବଢ଼ିବା ସହ ଏହାର ପ୍ରଭାବ ସମସ୍ତଙ୍କ ଉପରେ ଦେଖିବାକୁ ମିଳୁଛି। ଖାସ କରି ଯେଉଁମାନେ ବାହାରକୁ ଆସୁଛନ୍ତି ସେମାନଙ୍କ ତ୍ୱଚା କଳା ପଡିଯାଉଛି। ସ୍କିନ ଟୋନ ସମସ୍ୟା ଏବେ ସବୁବର୍ଗର ଲୋକଙ୍କ କ୍ଷେତ୍ରରେ ଦେଖାଗଲାଣି। ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀ ଚର୍ମ ଉପରେ ପଡିବା ପରେ ଏହାର ପ୍ରତିକ୍ରିୟା ଆମ ସ୍କିନ ଉପରେ ଦେଖିବାକୁ ମିଳେ। ଯାହାଫଳରେ ଚର୍ମର ରଙ୍ଗରେ ପରିବର୍ତ୍ତନ ହୋଇଥାଏ। ସନସ୍କ୍ରିନ ଲୋସନ ବ୍ୟବହାର କରିବା ପରେ ମଧ୍ୟ ଯଦି ଆପଣଙକ ତ୍ୱଚା କଳା ପଡୁଛି, ତା’ହେଲେ ଆମେ ଆଜି ଆପଣଙ୍କୁ କହିବୁ ଏଥିପାଇଁ ଘରୋଇ ଉପାୟ।

କୋବି ପତ୍ର:

କୋବି ପତ୍ରକୁ ଗ୍ରାଇଣ୍ଡ କରି ୧୫ ମିନିଟ ପର୍ଯ୍ୟନ୍ତ ଟ୍ୟାନ୍‌ ପଡିଥିବା ସ୍ଥାନରେ ଲଗାଇରଖନ୍ତୁ। ସପ୍ତାହକୁ ୨ଥର ଏହା କରନ୍ତୁ। ଏହି ଘରୋଇ ଉପାୟକୁ ଆପଣାଇଲେ ଆପଣଙ୍କ ସ୍କ୍ରିନରେ ପଡିଥିବା କଳାଦାଗ ସଫା ହୋଇଯିବ।

skin609
pc: the times of india

ଲାଉ ଜୁସ:

ଲାଉ ତରକାରି ଶରୀରପାଇଁ ଯେତିକି ଲାଭଦାୟକ ତା’ର ଜୁସ ମଧ୍ୟ ଶରୀରପାଇଁ ସେତିିିକି ଫଳପ୍ରଦ । ଏହି ରସକୁ ସ୍କିନ ଟ୍ୟାନ ହୋଇଥିବା ସ୍ଥାନରେ ୩ ରୁ ୪ଥର ଲଗାଇବା ଦ୍ୱାରା ତ୍ୱଚା ଉଜ୍ଜଳ ଦିଶିବା ସହ କଳାଦାଗ ଲିଭିଯାଏ।

ଘି କୁଆଁରୀ:

ଘି କୁଆଁରୀକୁ ଆମେ ଆଲୋବେରା ନାମରେ ଜାଣିଛେ। ଏହାର ସୁପ୍ରଭାବ ଶରୀର ଉପରେ ଶୀଘ୍ର ଦେଖିବାକୁ ମିଳେ। ସ୍କିନ କେୟାର ପାଇଁ ଏହା ଅମୋଘ ଅସ୍ତ୍ର ରୂପେ କାର୍ଯ୍ୟ କରେ। ଶରୀରରେ ଥିବା ମେଲାନିନକୁ କମ୍‌ କରିବା ସହ ପିଗମେଣ୍ଟେସନ୍‌ କୁ ମଧ୍ୟ କମାଇଥାଏ। ଏହାକୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ଉଜ୍ଜଳ ଦିଶେ।

skin6
pc: Femina.in

 ଦହି :

ସ୍କିନ ଟୋନକୁ ଦୂର କରିବା ପାଇଁ  ଦହି ମୁଖ୍ୟ ଜିିନିଷ। ତ୍ୱଚାରେ ଉଜ୍ଜଳତା ଆଣିବା ପାଇଁ  ଦହିରେ ହଳଦି  ମିଶାଇ ଲଗାନ୍ତୁ। ଏହାକୁ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । କିଛିଦିନ ଏହା କଲାପରେ ଆପଣଙ୍କ ସ୍କିନ ଟୋନରେ ପାର୍ଥକ୍ୟ ନଜର ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.