କାହାର ବି ହ୍ଵାଟସ୍‌ଆପ ଷ୍ଟାଟସ୍‌କୁ ଏମିତି ଚୁଟକିରେ କରନ୍ତୁ ଡାଉନଲୋଡ୍‌, ଜାଣନ୍ତୁ ଟ୍ରିକ୍ସ

ହ୍ଵାଟସ୍‌ଆପ ଷ୍ଟାଟସ୍‌ ଫିଚର ଜରିଆରେ ୟୁଜର୍ସ ହ୍ଵାଟସ୍‌ଆପରେ ଫଟୋ ଏବଂ ଭିଡିଓ ଶେୟାର କରିଥାଆନ୍ତି। କିନ୍ତୁ ଏହା ୨୪ ଘଣ୍ଟାରେ ଆପେ ଗାଏବ ହୋଇଯାଇଥାଏ। ଯଦିଓ ହ୍ଵାଟସ୍‌ଆପ ଏ ପର୍ଯ୍ୟନ୍ତ ସେମିତି କିଛି ଫିଚର ଲଞ୍ଚ୍‌ କରିନି, ଯଦ୍ଦ୍ଵାରା କି, ଷ୍ଟାଟସ୍‌କୁ ଡାଉନଲୋଡ କରାଯାଇ ପାରିବ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ତରିକା ବିଷୟରେ କହିବୁ, ଯଦ୍ଦ୍ଵାରା ଆପଣ କୌଣସି ବି ୟୁଜରଙ୍କ ହ୍ଵାଟସ୍‌ଆପ ଷ୍ଟାଟସ୍‌କୁ ସହଜରେ ଡାଉନଲୋଡ କରିପାରିବେ। ଆସନ୍ତୁ ଜାଣିବା ପୂରା ତରିକା।

କୌଣସି ବି ୟୁଜରଙ୍କ ଷ୍ଟାଟସ୍‌କୁ ଡାଉନଲୋଡ କରିବାର ଦୁଇଟି ତରିକା ଅଛି। ପ୍ରଥମତଃ ଆପଣ ନିଜ ଫୋନ୍‌ରେ ସ୍କ୍ରୀନ ରେକର୍ଡର ବ୍ୟବହାର କରନ୍ତୁ। ଦ୍ୱିତୀୟ ତରିକା ହେଉଛି, ଆପଣଙ୍କୁ ନିଜ ଫୋନ୍‌ରେ ‘ଷ୍ଟାଟସ୍‌ ଡାଉନଲୋଡର ଫର୍‌ ହ୍ଵାଟସ୍‌ଆପ’ କିମ୍ବା whatsapp status saver appକୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିବାକୁ ହେବ।

ଡାଉନଲୋଡ ହୋଇଯିବା ପରେ ଆପଣଙ୍କୁ ଏହି ଆପ୍‌କୁ ଓପନ କରିବାକୁ ହେବ। ଏଠାରେ ଆପଣଙ୍କୁ କ୍ଲିକ୍‌ ଟୁ ଚ୍ୟାଟ୍‌ ଏବଂ ଷ୍ଟାଟସ୍‌ ଡାଉନଲୋଡର ବିକଳ୍ପ ଦେଖାଯିବ। ଏହି ଦୁଇଟି ଅପଶନ ମଧ୍ୟରୁ ଆପଣଙ୍କୁ ଷ୍ଟାଟସ୍‌ ଡାଉନଲୋଡର ବିକଳ୍ପ ବାଛିବାକୁ ହେବ। ଏଠାରେ ଆପଣଙ୍କୁ ସମସ୍ତ ୟୁଜରଙ୍କ ଫଟୋ ଏବଂ ଭିଡିଓ ଦେଖାଯିବ, ଯାହାକୁ ସେମାନେ ନିଜ ହ୍ଵାଟସ୍‌ଆପରେ ଷ୍ଟାଟସ୍‌ ରୂପେ ଶେୟାର କରିଥିବେ। ଆପଣ ଯେଉଁ ବି ଫଟୋ କିମ୍ବା ଭିଡିଓ ଡାଉନଲୋଡ କରିବାକୁ ଚାହୁଁଛନ୍ତି, ତାହା ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ଡାଉନଲୋଡ ବଟନ ଉପରେ ଟ୍ୟାପ୍‌ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.