Below header

ଖୋର୍ଦ୍ଧା: ନିଜ ଗାଁର ଜଳକଷ୍ଟକୁ ନିଜେ ସମାଧାନ କଲେ ଗାଁ ଲୋକେ, ସମସ୍ତେ ଏକାଠି ହୋଇ ଖୋଳିଲେ ପୋଖରୀ

ବେଗୁନିଆ(କେନ୍ୟୁଜ୍):  ନିଜ ପାଇଁ ନିଜେ ଅଣ୍ଟା ଭିଡିଲେ ଗ୍ରାମବାସୀ । ଖରା ବୃଦ୍ଧି ସାଙ୍ଗକୁ ଜଳସ୍ତର କମି ପୋଖରୀ ଗାଡିଆ ଶୁଖି ଗଲାଣି। ବେଗୁନିଆ ବ୍ଲକ ବେଉଳୀ ପଞ୍ଚାୟତର ଡଗଂରପଡା ଗ୍ରାମର ଲୋକଙ୍କ ଗାଧୋଇବା ପାଇଁ ଏକମାତ୍ର ପୋଖରୀ ଶୁଖିଯିଇଥିବା ବେଳେ ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଅର୍ଥ ଯଥେଷ୍ଟ ନ ହୋଇପାରିବାରୁ ଶେଷରେ ନିଜ ପାଇଁ ନିଜେ ପୋଖରୀ ଖୋଳିବାକୁ ନିଷ୍ପତ୍ତି ନେଲେ ଗ୍ରାମବାସୀ ।

ଗାଁର ସମସ୍ତ ଲୋକ ଏକାଠି ହୋଇ ଗାଁର ପୋଖରୀ ଖୋଳିଛନ୍ତି । ୧୪୫ ପରିବାର ଆଜି ଏକାଠି ହୋଇ ପୋଖରୀରେ ଥିବା ସମସ୍ତ ପଙ୍କ ଓଝାଳିବା ସହ ମାଟି ଖୋଳାରେ ଲାଗିଛନ୍ତି । ଗ୍ରାମବାସୀଙ୍କ ଏପରି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପ୍ରଶଂସା କରାଯାଇଛି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.