ବାଙ୍କୀ : ପରିତ୍ୟକ୍ତ କୂଅରୁ ମହିଳାଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ବାଙ୍କୀ (କେ ନ୍ୟୁଜ୍‌) : କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଗହୀର ଗାଡ଼ିଆ ଶାଳ ଜଙ୍ଗଲରେ ନିଆଁ ବ୍ଯାପି ଚାଲିଛି । ଏତିକି ବେଳେ ଖଜୁରିପଦା ଅଂଚଳରେ ଥିବା କାଜୁ ବଗିଚାକୁ ନିଆଁ ମାଡି ଆସୁଥିବାର ଶୁଣି ନିଜ ଜମି ଆଡ଼କୁ ଜଣେ ମହିଳା ଦୌଡ଼ି ଯାଇଥିଲେ । ହେଲେ ଅସାବଧାନତା ଯୋଗୁ ପଡୋଶୀ ଜମିରେ ଥିବା ଏକ ପରିତ୍ୟକ୍ତ କୂଅରେ ମହିଳା ଜଣକ ଖସି ପଡ଼ିଲେ। ପାଖ ଜମିରେ ଥିବା ଜଣେ ବ୍ଯକ୍ତି ଏହା ଦେଖି ତୁରନ୍ତ ସମସ୍ତଙ୍କୁ ଖବର ଦେଇଥିଲେ।

ସେତେବେଳେ ନିକଟ ଜଙ୍ଗଲକୁ ନିଆଁ ଲିଭାଇବା ପାଇଁ ଆସିଥିବା କଳାପଥର ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ମଧ୍ୟରୁ ଲିପୁନ ମୁଦୁଲି ନାମକ ଜଣେ କର୍ମଚାରୀ ତାଙ୍କ ସାଥୀମାନଙ୍କୁ ଡାକି ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ଶିଡି ପକାଇ କୂଅ ଭିତରୁ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ନିଜେ ପଶି ଯାଇଥିଲେ । ସେତେବେଳେକୁ ମହିଳା ଜଣକ ଭୟଭୀତ ହୋଇ କୂଅ ଭିତରେ ଥାଆନ୍ତି। ତେବେ ଲିପୁନ ତାଙ୍କୁ କୂଅ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରି ଉପରକୁ ଆଣିଥିଲେ। ମାତ୍ର ଲିପୁନ ତାଙ୍କୁ ଉପରକୁ ଉଠାଇ ଆଣିବା ପରେ ନିଜେ ବେହୋସ୍‌ ହୋଇ ପଡ଼ିଥିଲେ।

ତାଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ କଳାପଥର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ଲିପୁନା ସୁସ୍ଥ ଅଛନ୍ତି। ତେବେ ତାଙ୍କ ସାହସିକତା ଯୋଗୁଁ ମହିଳା ଜଣକ ବଞ୍ଚି ଯାଇଥିବାରୁ ଲିପୁନଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.