Below header

ଭାରତରେ ସବୁଠୁ ବଡ଼ ପ୍ରୋଜେକ୍ଟ ଆରମ୍ଭ କରିବ ମାଇକ୍ରୋସପ୍ଟ , ୧୦୩ କୋଟି ଟଙ୍କାରେ କିଣିବ ଜମି

ନୋଏଡା : ଦୁନିଆର ଜଣାଶୁଣା ସପ୍ଟେଓ୍ଵୟାର କମ୍ପାନି ମାଇକ୍ରୋସପ୍ଟ ଖୁବ୍‌ ଶୀଘ୍ର ଭାରତରେ ଆରମ୍ଭ କରିବାକୁ ଯାଉଛି ତା’ର ସବୁଠୁ ବଡ଼ ପ୍ରୋଜେକ୍ଟ । କମ୍ପାନି ଏଥିପାଇଁ ନୋଏଡାରେ ୧୦୩ କୋଟି ଟଙ୍କାରେ ୬୦ ହଜାର ବର୍ଗ ମିଟର ଜମି କିଣିବାକୁ ଯାଉଛି । ଏଠାରେ କମ୍ପାନୀ ତା’ର ସବୁଠୁ ବଡ଼ ପ୍ରୋଜେକ୍ଟ କରିବ ।

ଆସନ୍ତା ଦୁଇ ବର୍ଷ ଭିତରେ କାମ ଆରମ୍ଭ ହୋଇଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଏଥିରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୧୦ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ । ଏହି ପ୍ରୋଜେକ୍ଟରେ ମାଇକ୍ରୋସପ୍ଟ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ଜଣାପଡ଼ିଛି । ଏଥିପାଇଁ ମାଇକ୍ରୋସପ୍ଟ ଇଣ୍ଡିଆ ନୋଏଡା ପ୍ରାଧିକରଣଙ୍କ ଠାରୁ ସେକ୍ଟର ୧୪୫ ରେ ୬୦ ହଜାର ବର୍ଗ ମିଟର କ୍ଷେତ୍ରଫଳର ଦୁଇଟି ଜମି ନେଇଛି । ଏହି ଜମି ପାଇଁ ୧୦୩.୬୬ କୋଟି ଟଙ୍କାରେ ଡିଲ୍‌ ହୋଇଛି ।

ଏଥି ସହ କମ୍ପାନୀ ୧୧୬୮୩ ବର୍ଗ ମିଟରର ଆଉ ଏକ ଜମିକୁ ୨୪.୬୩ କୋଟି ଟଙ୍କାରେ ମଧ୍ୟ କିଣିଛି । ଏହି ଜମିରେ ସେକେଣ୍ଡାରୀ ସ୍କୁଲ କରାଯିବ । ପ୍ରାଧିକରଣ ଅଧିକାରୀଙ୍କ ଅନୁଯାୟୀ, ୧ ମାସ ଭିତରେ କମ୍ପାନୀ ୪୦ ପ୍ରତିଶତ ଅର୍ଥ ଡିପୋଜିଟ କରିବା କଥା ଯାହାକି କମ୍ପାନି ଡିପୋଜିଟ୍‌ କରିସାରିଛି । ଆଉ ୬୦ ପ୍ରତିଶତ ଅର୍ଥ ୮ଟି ୬ ମାସିଆ କିସ୍ତିରେ କମ୍ପାନି ଜମା କରିବ । ଏହି ପ୍ରୋଜେକ୍ଟକୁ ସମାପ୍ତ କରିବା ପାଇଁ କମ୍ପାନିକୁ ୫ ବର୍ଷ ସମୟ ଦିଆଯିବ ବୋଲି ପ୍ରାଧିକରଣ ଅଧିକାରୀ କହିଛନ୍ତି ।

ସେହି ଅନୁଯାୟୀ କମ୍ପାନି ପ୍ରସ୍ତୁତ ରହିଛି । ଏହି ପ୍ରୋଜେକ୍ଟ ସମାପ୍ତ ହେଲେ କମ୍ପ୍ୟୁଟର ସାଇନ୍ସ, ଇନ୍‌ଫରମେଶନ ଟେକ୍‌ନୋଲୋଜି, ଇନ୍‌ଫରମେସନ୍‌ ଟେକ୍‌ନୋଲୋଜି ସର୍ବିସେସ୍‌ ଓ ମ୍ୟାନେଜମେଣ୍ଟ ସହ ଜଡିତ ବହୁ ଲୋକଙ୍କ୍‌ୁ ନିଯୁକ୍ତି ମିଳିବ ବୋଲି ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.