କୋଭିଡ୍‌ ମୁକାବିଲା ଓ ପ୍ରସ୍ତୁତ ପାଇଁ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ସିଡିଏମଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସଜାଗ ସରକାର । କୋଭିଡ୍‌ ମୁକାବିଲା ଓ ପ୍ରସ୍ତୁତ ପାଇଁ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ସିଡିଏମଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ଟେଷ୍ଟିଂ, ଟ୍ରେସିଂ ଓ ସର୍ଭିଲାନ୍‌ସ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ୍‌ କଲେଜରେ କୁହାଯାଇଛି, ଆବଶ୍ୟକ ବେଡ୍‌ ଓ ଅକ୍ସିଜେନ୍‌ ବ୍ୟବସ୍ଥା ମହଜୁଦ ରଖ । ଆଇସିୟୁ, ଏଚଡିୟୁ, ଡାଇଲିସିସ୍‌, ଲେବର ରୁମ୍‌ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ସେହିପରି ଘରୋଉ ହସ୍ପିଟାଲକୁ ବି ପ୍ରସ୍ତୁତ ରଖିବା ପାଇଁ କହିଛି ସ୍ୱାସ୍ଥ୍ୟ ବିଭାଗ । ଫାଭିପିରାଭିର୍‌, ରେମଡେସିଭିର୍‌ ଭଳି ମେଡିସିନ୍‌ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ହୋମ୍‌ ଆଇସୋଲେସନରେ ଏସଓପି କଡ଼ାକଡ଼ି କରିବା ପାଇଁ କହିଛି ସ୍ୱାସ୍ଥ୍ୟ ବିଭାଗ । କୋଭିଡ ହସ୍‌ପିଟାଲଗୁଡ଼ିକୁ ପ୍ରସ୍ତୁତ ରଖିବା ସହ ଅଧିକ ପରିମାଣର ୱାର୍ଡ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସରକାର ନିର୍ଦ୍ଦେଶ ଦେଇଛନ୍ତି, କ୍ଲଷ୍ଟର ସ୍ଥାନରେ କଣ୍ଟେନମେଣ୍ଟ କରାଯିବ । ଲୋକଙ୍କୁ ଆହୁରି ସଚେତନ କରାଯିବ । ଯେଉଁମାନେ ଆନ୍ତଃରାଜ୍ୟ ଯାତାୟତ କରୁଛନ୍ତି ସେମାନଙ୍କ ଟେଷ୍ଟିଂ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.