ଟେନିସ୍‌ରେ କିଟ୍‌ ଛାତ୍ରୀ ସୋହିନୀଙ୍କୁ ମିଳିଲା ଦୁଇଟି ବିଜୟ ମୁକୁଟ

ଭୁବନେଶ୍ୱର :  ଓଡ଼ିଶାର ଉଦୀୟମାନ ଟେନିସ୍‌ ତାରକା ତଥା କିଟ୍‌ ଛାତ୍ରୀ ସୋହିନୀ ମହାନ୍ତି  ‘ଅଣ୍ଡର- 14’  ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଦୁଇଟି ମୁକୁଟ ହାସଲ କରି କିଟ୍‌ ତଥା ଓଡ଼ିଶାର ସୁନାମ ଆଣିଛନ୍ତି । ଆଜି(ଶୁକ୍ରବାର) ଅହମ୍ମଦାବାଦ ସ୍ଥିତି ଆଲେକ୍‌ଜାଣ୍ଡର େଓ୍ଵସ୍କ ଟେନିସ୍‌ ଏକାଡେମୀ ଠାରେ ଅନୁଷ୍ଠିତ ‘ଅଣ୍ଡର- 14’ ‌ ସୁପର ସିରିଜ ଟେନିସ୍‌ ମ୍ୟାଚ୍‌ରେ ସିଙ୍ଗଲ୍‌ସ ଓ ଡବଲ ଉଭୟ ବର୍ଗରେ କିଟ୍‌ ଇଣ୍ଟରନେସ୍‌ନାଲ୍‌ ସ୍କୁଲର ଛାତ୍ରୀ ସୋହିନୀ ଭାଗ ନେଇଥିଲେ ।

ସୋହିନୀ ସିଙ୍ଗଲ୍‌ସ ଫାଇନାଲରେ ହାଇଦ୍ରାବାଦର ଭାନ୍‌ସିକିଆ ମାରିଆ ଭୈଜ୍‌ ଭସନ୍ତଙ୍କୁ ୬-୦, ୬-୦ ରେ ହରାଇ ବୀଜୟ ଲାଭ କରିଛନ୍ତି ।
ସେହିପରି ଡବଲ୍‌ସ ଫାଇନାଲ୍‌ ମ୍ୟାଚ୍‌ରେ ସୋହିନୀ, ଅଭାନୀ ସୁଜିତ୍‌ ଚିତାଲେଙ୍କ ସହିତ ପ୍ରାର୍ଥନା ସୋଲାଙ୍କି ଓ ପ୍ରିୟଙ୍କା ସଂଜୟ ରାଣାଙ୍କୁ ୬-୧,୬-୪ ରେ ପରାସ୍ତ କରିଥିଲେ ।

ସୋହାନୀ ଏହି ଉଭୟ ବର୍ଗ ଟେନିସ୍‌ରେ ବିଜୟ ହୋଇ ପୁରସ୍କାର ହାସଲ କରିଛନ୍ତି । ତାଙ୍କର ଏହି ବିଜୟ ପାଇଁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ସୋହିନୀ ଓ ତାଙ୍କର କୋଚ୍‌ଙ୍କୁ ସ୍ୱାଗତ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.