Below header

କୁକୁର ସାଜିଲା ବାଘ, ଫସଲକୁ ମାଙ୍କଡ ଉତ୍ପାତରୁ ବଞ୍ଚାଇବା ପାଇଁ ଚାଷୀ ଆପଣାଇଲେ ଏଭଳି କୌଶଳ

ନିଜ ଚାଷକୁ ବଞ୍ଚାଇବା ପାଇଁ ଚାଷୀ ସବୁବେଳେ ଅଦ୍ଭୁତ କୌଶଳ ଆପଣାଏ। ପକ୍ଷୀ, ଜୀବଜନ୍ତୁ, ଗାଈଗୋରୁଙ୍କ ଠାରୁ ନିଜ ଫସଲକୁ ରକ୍ଷା କରିବା ପାଇଁ କ୍ଷେତରେ ନିଜେ ଜଗେ ନହେଲେ କିଛି ନୂଆ କୌଶଳ ଆପଣାଏ। କେବେ କେବେ କ୍ଷେତରେ ପାଳଭୂତ ତ କେବେ ଜାଲ ବିଛାଇଥାଏ ଚାଷୀ। କର୍ଣ୍ଣାଟକରେ ଏଭଳି ମାଙ୍କଡମାନଙ୍କ ଉତ୍ପାତ ଯୋଗୁଁ ଅନେକ ଚାଷୀ ଚାଷ କାମ ଛାଡି ମଧ୍ୟ ଦେଲେଣି। କିନ୍ତୁ ଏଠାରେ ଜଣେ ଚାଷର ଏଭଳି କୌଶଳ ଆପଣାଇଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି। କଥାରେ ଅଛି, ବାଘ ନ ଦେଖିଲେ ବିଲେଇ ଦେଖ। କିନ୍ତୁ ବାଘ ନ ଦେଖେିଲେ କୁକୁର ଦେଖ କେବେ ବି ଶୁଣିନଥିବେ। ମାଙ୍କଡ଼ମାନେ ଫସଲ ନଷ୍ଟ କରୁଥିବାର ଦେଖି ଘରେ ପୋଷାଥିବା କୁକୁରକୁ ବାଘ ଭଳି ରଙ୍ଗ କରିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମାଙ୍କଡ଼ମାନଙ୍କ ପ୍ରକୋପରୁ ନିଜ ଫସଲକୁ ବଞ୍ଚାଇବା ପାଇଁ ସେ ଏଭଳି କରିଥିବା ଜଣାପଡ଼ିଛି।

dog2

ସୂଚନା ମୁତାବକ, ଚାଷୀ ଜଣକ ମାଙ୍କଡ ଆତଙ୍କରୁ ନିଜ ଫସଲକୁ ବଞ୍ଚାଇବା ପାଇଁ ନିଜ କୁକୁରକୁ ବାଘ ଭଳି ରଙ୍ଗ କରିଦେଇଛନ୍ତି। ୪ବର୍ଷ ତଳେ ନଲୁରୁ ଗାଁରେ ରହୁଥିବା ଶ୍ରୀକାନ୍ତ ଗୌଡ ନିଜ ଫସଲକୁ ବଞ୍ଚାଇବା ପାଇଁ ବାଘର ଏକ କଣ୍ଢେଇକୁ ରଖିବା ପରେ ମାଙ୍କଡ଼ମାନେ କଣ୍ଢେଇକୁ ଅସଲ ବାଘ ବୋଲି ଭାବି ଡ଼ରି ପଳାଇଥିଲେ।

ଏହାସହ ପଢ଼ନ୍ତୁ; ବିଦ୍ୟୁତ୍‌ ଖୁଣ୍ଟ କିମ୍ବା କାର୍‌ ଟାୟାର୍‌ରେ କାହିଁକି ପରିସ୍ରା କରିଥାଏ କୁକୁର?

monkey

କିନ୍ତୁ ଏହି ଉପାୟ ବେଶୀ ଦିନ ପର୍ଯ୍ୟନ୍ତ ଆପଣା ଯାଇ ପାରିବ ନାହିଁ ବୋଲି ଭାବି ସେ ନିଜ କୁକୁରକୁ ଏବେ ବାଘର ରୂପ ଦେବା ବିଷୟରେ ଚିନ୍ତା କରିଥିଲେ। କେଶ ରଙ୍ଗ କରିବାକୁ ବ୍ୟବହାର କରାଯାଉଥିବା ରଙ୍ଗକୁ ବ୍ୟବହାର କରି ସେ ନିଜ ପୋଷା କୁକୁରକୁ ରଙ୍ଗ କରିଥିଲେ। ଫଳରେ କୁକୁରର ମଧ୍ୟ ଦେହ ଖରାପ ହେବାର ଆଶଙ୍କା କମ୍‌ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.