ଆଜି ଫେବୃଆରୀ ୧୩ ତାରିଖ । ଏହି ଦିବସଟି ଦେଶବାସୀଙ୍କ ପାଇଁ ବେଶ ମହତ୍ତ୍ୱ ରଖେ। ଯେତେବେଳେ ନିଷ୍କ୍ରିୟ ସମୟରେ ଲୋକମାନଙ୍କ ମନୋରଞ୍ଜନ କରୁଥିବା ରେଡ଼ିଓ ପାଇଁ ଆଜି ଦିନଟିଏ । ଫେବୃଆରୀ ୧୪ ଭାଲେଣ୍ଟାଇନ ଦିବସର ଠିକ ଗୋଟିଏ ଦିନ ପୂର୍ବର ଏହି ଦିନ । ଆଜିର ଏହି ଦିନରେ ବିଶ୍ୱ ଆଜି ପାଳନ କରୁଛି ବିଶ୍ୱ ରେଡ଼ିଓ ଦିବସ । ୟୁନେସ୍କୋରେ ୨୦୧୨ ମସିହା ନଭେମ୍ବରରେ ନିଷ୍ପତ୍ତି ହୋଇଥିଲା ବିଶ୍ୱ ରେଡ଼ିଓ ଦିବସ ପାଳନ କରିବା ପାଇଁ ।
ବହୁ ପୁରାତନ ଯୁଗରୁ ରେଡ଼ିଓ ଓ ମଣିଷ ଭିତରେ ସଂପର୍କ ଅତି ପୁରୁଣା । ରେଡ଼ିଓ ମତ ପ୍ରକାଶନର ସବୁଠୁ ପୁରୁଣା ମାଧ୍ୟମ । ଦିନ ଥିଲା ରେଡ଼ିଓ ଲୋକମାନଙ୍କ ମଧ୍ୟରେ ସଂପର୍କ ସ୍ଥାପନର ଏକ ମାତ୍ର ମାଧ୍ୟମ ଥିଲା । ଆଜିର ପ୍ରଚାର ଓ ପ୍ରସାରଣ ଯୁଗରେ ପୁଣି ରେଡ଼ିଓର ଚାହିଦା ସର୍ବବ୍ୟାପି ହୋଇପାରିଛି । ରେଡ଼ିଓ ଆଜିର ବୈଷୟିକ ସୁଯୋଗରେ ସବୁ କ୍ଷେତ୍ର ସହ ଯୋଡ଼ି ହୋଇଯାଇଛି । ଦ୍ରୁତ ଟେକ୍ନୋଲୋଜି ଓ ଇଣ୍ଟରନେଟର ବହୁଳ ପ୍ରସାର ଫଳରେ ରେଡ଼ିଓର ଚାହିଦା କମିଥିଲେ ମଧ୍ୟ ଆଜିବି ତାହାର ଅସ୍ତିତ୍ବ ବଜାୟ ରଖିଛି ।
ତେବେ ଭାରତରେ ଘରୋଇ ରେ଼ଡିଓ ପ୍ରସାରଣ ଓ ପରେ ଆକାଶବାଣୀ ଆଉ ଏକ ଏଫଏମ ରେଡ଼ିଓ। ରେଡ଼ିଓର ଯାତ୍ରା ବହୁତ ଅଙ୍କାବଙ୍କା ଓ ବହୁତ ଲମ୍ବା । ବହୁ ଉତ୍ଥାନ ପତନ ପରେ ମଧ୍ୟରେ ରେଡ଼ିଓ ତାର ଯାତ୍ରା ଜାରି ରଖିଛି । ଏହାରି ମଧ୍ୟରେ ବର୍ତ୍ତମାନ ସମୟରେ ବି ଗଳିକନ୍ଦି ଅଟୋ ଟ୍ୟାକ୍ସିରେ ବାଜୁଛି ଏଫଏମ ରେଡ଼ିଓ। ଭାରତରେ ୧୦୦ରୁ ଊର୍ଦ୍ଧ୍ୱ ସହରରେ ୩୭୦ ରେଡ଼ିଓ ସଂସ୍ଥା ଦ୍ୱାରା ପ୍ରସାରଣ କରାଯାଉଛି । ଅଲ ଇଣ୍ଡିଆ ରେଡ଼ିଓରେ ନିଜସ୍ୱ ୪୫୦ ଏଫଏମ ରେଡ଼ିଓ ପ୍ରସାରଣ କରୁଛନ୍ତି । ଓଡ଼ିଶାରେ ୧୭ ରୁ ୧୮ ରେଡ଼ିଓ ଷ୍ଟେସନ ଲୋକଙ୍କ ନିକଟରେ ମନୋରଞ୍ଜନ ପହଞ୍ଚାଉଛନ୍ତି । ସେପଟେ ଦେଶରେ ପ୍ରଧାନମନ୍ତ୍ରୀ ମନ କି ବାତ କାର୍ଯ୍ୟକ୍ରମ ଦର୍ଶାଇଛି ବର୍ତ୍ତମାନ ଯୁଗରେ ମଧ୍ୟ ରେଡ଼ିଓର ଆବଶ୍ୟକତା । ଯୋଗାଯୋଗ ପାଇଁ ଆଜି ବି ରେଡ଼ିଓର ଆବଶ୍ୟକତା କେତେ ଗୁରୁତ୍ତ୍ୱପୂର୍ଣ୍ଣ ରହିଛି ତାହା ଦର୍ଶାଇଛି ।
ସେହିପରି ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ହେଉ କି ବାତ୍ୟା କି ମନୋରଞ୍ଜନ ସବୁଥିରେ ଅନବରତ ସେବା ଯୋଗାଇ ଆସିଛି ରେଡ଼ିଓ । ଯାହାକୁ ନେଇ ସ୍ରୋତାଙ୍କ ହୃଦୟ ଜିତି ପାରିଛି । ଭାରତରେ ରେଡିଓ ପ୍ରସାରଣ ସେବା ସ୍ବାଧୀନତା ପ୍ରାପ୍ତିର ବହୁ ପୂର୍ବରୁ ଆରମ୍ଭ ହୋଇଥିଲା। କିନ୍ତୁ ବିଧିବଦ୍ଧ ଭାବେ ୧୯୩୪ ମସିହାରୁ ଏହାର ପ୍ରସାର ଆରମ୍ଭ ହୋଇଥିଲା। ୧୯୩୬ ମସିହାରେ ଦିଲ୍ଲୀରେ ଜାନୁୟାରୀ ପହିଲାରେ ପ୍ରତିଷ୍ଠା ହେଲା ବେତାର କେନ୍ଦ୍ର। ୧୯୪୦ ମସିହା ମଧ୍ୟରେ ବ୍ରିଟିଶ ଶାସନାଧୀନ ଭାରତରେ ବେତାର ପ୍ରସାରଣ ପାଇଁ ଅଲଇଣ୍ଡିଆ ରେଡିଓର ନାମକରଣ ସହିତ ତାର ପ୍ରଶାସନିକ ସ୍ବରୂପ ପ୍ରକାଶ ପାଇଲା। ଓଡ଼ିଶାରେ ମଧ୍ୟ ପ୍ରସାରଣ ପାଇଁ ତଦନୁରୂପ ପ୍ରଶାସନିକ ବିଧି ବ୍ୟବସ୍ଥା କରାଗଲା।