ପୁଣି ଘନ କୁହୁଡି ନେଲା ଜୀବନ: ଭୋଜି ଖାଇ ଫେରୁଥିବା ବେଳେ ଟ୍ରକ ପଛକୁ ପିଟିଲା ଓମିନି, ୪ ମୃତ ଓ ୪ ଗୁରୁତର

କନ୍ଧମାଳ(କେନ୍ୟୁଜ୍):  ଭୋଜି ଖାଇ ଫେରୁଥିବାବେଳେ ଟ୍ରକ ପଛକୁ ପିଟିଲା ଓମିନି। ଫୁଲବାଣୀ ସଦର ଥାନା ଲାହାବାଡିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଘଟଣାସ୍ଥଳରେ ୪ ମୃତ, ୪ ଗୁରୁତର। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର MKCGରେ ଭର୍ତ୍ତି କରିଛି। ମୃତକଙ୍କ ମଧ୍ୟରେ ୨ ନାବାଳକ, ଜଣେ ନାବାଳିକା ଓ ୨ଜଣ ବୟସ୍କ ଅଛନ୍ତି।

ଫୁଲବାଣୀ ସଦର ଥାନା ଅନ୍ତର୍ଗତ ତାଳପଡ଼ାରୁ ଏକ ଓମିନିରେ ବାଡିସୁଗା ଫେରୁଥିବାବେଳେ ବିଳମ୍ବିତ ରାତିରେ ଭ୍ୟାନଟି ଟ୍ରକ ପଛପଟୁକୁ  ଧକ୍କା ଦେଇଥିଲା। ତେବେ କିପରି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ କରୁଛି ପୋଲିସ। ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.