ଜବରଦସ୍ତ ଅଫର : iphone12 ଓ iphone 12 mini କିଣିବାର ଆଜି ହିଁ ରହିଛି ସୁବର୍ଣ୍ଣ ସୁଯୋଗ

ଯଦି ଆପଣ ଏକ ଶସ୍ତା ଆଇଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ପୁଣି ଥରେ ଏକ ସୁଯୋଗ ଆସିଛି । ଅନଲାଇନ୍ ସପିଂ ୱେବସାଇଟ୍ Flipkart Mobile Bonanzaରେ ବିକ୍ରି ଆରମ୍ଭ ହୋଇଛି । ଏହି ସେଲରେ ଅନେକ ପ୍ରିମିୟମ ସ୍ମାର୍ଟଫୋନ୍‌ର ଦାମ କମିଯାଇଛି। ଆଇଫୋନ୍‌ର ବି ଦାମ କମିଛି। ତେଣୁ ଏହି ମଉକାକୁ ହାତ ଛଡ଼ା କରନ୍ତୁ ନାହିଁ। ଏହି ବିକ୍ରୟ ୧୪ ଫେବୃଆରୀ ଅର୍ଥାତ କାଲି ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଆପଣ ଡ଼ିସକାଉଣ୍ଟରେ ଆପଲ୍ iphone12 ଏବଂ iphone12 ମିନି ସ୍ମାର୍ଟଫୋନ୍ କିଣିପାରିବେ । iphone12 ର ମୂଲ୍ୟ ୩୮,୭୯୯ ଟଙ୍କା ଥିବାବେଳେ iphone12 ମିନି ୨୫,୬୯୯ ଟଙ୍କାରେ ଉପଲବ୍ଧ ହେବ ।

ଆପଲ୍ iphone12 ମିନି ସ୍ମାର୍ଟଫୋନର 64GB ଭାରିଆଣ୍ଟ ଡ଼ିସକାଉଣ୍ଟ ପରେ ଫ୍ଲିପକାର୍ଟରେ ୪୨,୧୯୯ ଟଙ୍କାରେ ବିକ୍ରି ହେଉଛି । ସାଧାରଣ ଦିନରେ, ଏହି ସ୍ମାର୍ଟଫୋନ ୫୦ ହଜାର ଟଙ୍କାରେ ବିକ୍ରି ହୁଏ । ଡ଼ିସକାଉଣ୍ଟ ବ୍ୟତୀତ, ଆପଣ ଏକ୍ସଚେଞ୍ଜ ଅଫରର ଲାଭ ମଧ୍ୟ ନେଇପାରିବେ । ଆପଣ ଆପଣଙ୍କର ପୁରୁଣା ଫୋନ୍ କୁ ୧୫,୫୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ କରିପାରିବେ, ଯାହା iphone12 ମିନିର ମୂଲ୍ୟକୁ ୨୫,୬୯୯ ଟଙ୍କାକୁ ହ୍ରାସ କରିବ ।

12 ମିନି ପରି, ଆଇଫୋନ୍ 12 ର ମୂଲ୍ୟ ୫୪,୨୯୯୯ ଟଙ୍କା ଡ଼ିସକାଉଣ୍ଟରେ ବିକ୍ରି ହେଉଛି, ଯାହା ସାଧାରଣତ ୬୦,୦୦୦ ଟଙ୍କାରେ ରହିଥାଏ । ରିହାତି ବ୍ୟତୀତ, ଆପଣ ଏକ୍ସଚେଞ୍ଜ ଅଫରର ଲାଭ ମଧ୍ୟ ନେଇପାରିବେ । ଆପଣଙ୍କର ପୁରୁଣା ଫୋନକୁ ୧୫,୫୦୦ ଟଙ୍କା ପର୍ଯ୍ୟନ୍ତ ବଦଳାଇ ପାରିବ, ଯାହା iphone12 ର ମୂଲ୍ୟକୁ ୩୮,୭୯୯ ଟଙ୍କାକୁ ହ୍ରାସ କରିବ ।

ଉଭୟ ସ୍ମାର୍ଟଫୋନ୍ ସମାନ ଫିଚର ସହିତ ଆସିଥାଏ । ୬.୧-ଇଇଞ୍ଚ ଆଇଫୋନ୍ 12 ଏବଂ 12 ମିନିରେ ୫.୪-ଇଞ୍ଚ ସୁପର ରେଟିନା XDR ଡିସପ୍ଲେ ଅଛି । ଉଭୟ ଫୋନ୍ ରେ 12MP + 12MP ଡୁଆଲ୍ ରିୟର କ୍ୟାମେରା ଏବଂ 12MP ଫ୍ରଣ୍ଟ କ୍ୟାମେରା ଅଛି । ଏଥିମଧ୍ୟରେ, ପରବର୍ତ୍ତୀ ଜେନେରେସନ୍ ନ୍ୟୁରାଲ୍ ଇଞ୍ଜିନ୍ ପ୍ରୋସେସର୍ ସହିତ A14 ବାୟୋନିକ୍ ଚିପ୍ ଉପଲବ୍ଧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.