ସମୁଦ୍ରରେ ଋଷ-ଆମେରିକା ମୁହାଁମୁହିଁ, ବାଇଡେନ-ପୁଟିନ ଆଲୋଚନାରୁ ବାହାରିପାରିଲାନି ନିଷ୍କର୍ସ

କେନ୍ୟୁଜ୍(ବ୍ୟୁରୋ): ସମୁଦ୍ରରେ ଋଷ-ଆମେରିକା ମୁହାଁମୁହିଁ । ଋଷ ସମୁଦ୍ରରେ ଆମେରିକା ଆଣବିକ ବୁଡ଼ାଜାହାଜ । ଆମେରିକାର ଆଣବିକ ବୁଡ଼ାଜାହାଜ ସମୁଦ୍ର ସୀମାରେ ପ୍ରବେଶ କରିଥିବା ଅଭିଯୋଗ କଲା ଋଷ । ଏଭଳି ଅଭିଯୋଗ ଆଣିଛି ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ । ହେଲେ ଋଷର ଏହି ଅଭିଯୋଗର ସତ୍ୟତା ନଥିବା କହିଛି ଆମେରିକା । କିନ୍ତୁ ଆଣବିକ ବୁଡ଼ାଜାହାଜ କେଉଁଠି ଅଛି, ତାହା କହିବୁ ନାହିଁ ବୋଲି କହିଛି ଆମେରିକା ।

ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ମଧ୍ୟରେ ଆଲୋଚନା । ଦୁଇ ନେତାଙ୍କ ମଧ୍ୟରେ ୬୨ ମିନିଟ ଆଲୋଚନା ହୋଇଥିଲା । ୟୁକ୍ରେନ ସଙ୍କଟ ନେଇ ବାଇଡେନ୍‌-ପୁଟିନଙ୍କ ଆଲୋଚନା । ୬୨ ମିନିଟ କଥା ହେଲେ ଦୁଇ ରାଷ୍ଟ୍ରପତି । କଥାବାର୍ତ୍ତାରୁ କୌଣସି ନିଷ୍କର୍ସ ବାହାରିଲା ନାହିଁ । ଆକ୍ରମଣ କଲେ ଋଷକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି କହିଲେ ବାଇଡେନ୍‌ । ଆମେରିକା ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି କହିଲା ଋଷ । ଆମେରିକା, ବ୍ରିଟେନ, ଜର୍ମାନୀ ସହ ୧୨ଟି ଦେଶ ସେମାନଙ୍କ ନାଗରିକଙ୍କୁ ୟୁକ୍ରେନ ତୁରନ୍ତ ଛାଡ଼ିବାକୁ କହିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.