Below header

ଆଜି ଦ୍ୱିତୀୟ ଦିନ ମେଗା ଅକ୍ସନ୍‌: ଦୁଇ ଓଡ଼ିଆ ଖେଳାଳି ନିଲାମୀ ଉପରେ ଅଛି ନଜର

କେନ୍ୟୁଜ୍(ବ୍ୟୁରୋ): ଆଇପିଏଲ ମେଗା ଅକ୍ସନ୍‌ର ପ୍ରଥମ ଦିନରେ ଭାରତୀୟ କ୍ରିକେଟରଙ୍କ ଦବଦବା । ୩୮୮ କୋଟିରେ ନିଲାମ ହେଲେ ୭୪ ଜଣ ଖେଳାଳି । ୧୦ କୋଟି ଉପରେ ୧୦ ଖେଳାଳି । ପ୍ରଥମ ଦିନରେ ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି ଇଶାନ୍‌ କିଷାନ୍‌ । ତାଙ୍କୁ ୧୫ କୋଟି ୨୫ ଲକ୍ଷରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଉ ଜଣେ ଦାମୀ କ୍ରିକେଟର ଦୀପକ ଚହରଙ୍କୁ ୧୪ କୋଟିରେ କିଣିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଶ୍ରେୟସ ଆୟାରଙ୍କୁ ୧୨ କୋଟି ୨୫ଲକ୍ଷ ଟଙ୍କାରେ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ ।

ହର୍ଷଲ ପଟେଲ୍‌, ଶାର୍ଦ୍ଦୁଲ ଠାକୁର, ଓ୍ଵାନିନ୍ଦୁ ହସରଙ୍ଗା ଓ ନିକୋଲାସ ପୁରାନଙ୍କୁ ୧୦.୭୫ କୋଟିରେ ନିଲାମ ହୋଇଛନ୍ତି । ପେସ୍‌ ବୋଲର ଲୋକି ଫର୍ଗୁସନ୍‌ଙ୍କୁ ୧୦ କୋଟିରେ କିଣିଛି ଗୁଜରାଟ ଟାଇଟନ୍ସ । ଏପଟେ ପେସ୍‌ ବୋଲର ଅଭେଷ୍‌ ଖାନ୍‌ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୧୦ କୋଟିରେ କିଣିଛନ୍ତି ଫ୍ରାଞ୍ଚାଇଜ୍‌ । ଆଜି ଦ୍ୱିତୀୟ ଦିନରେ ଦୁଇ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ଉପରେ ରହିବ ନଜର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.