Below header

ସୁନ୍ଦରଗଡ: ପଦବୀ ପାଇଁ ଗ୍ରାମବାସୀଙ୍କ ଆଗରେ ଖାତା କଲମ ଧରି ପରୀକ୍ଷା ଦେଲେ ପ୍ରାର୍ଥୀ, ୮ଜଣରୁ ୩ ଜଣ ହେଲେ ପାସ୍

ସୁନ୍ଦରଗଡ(କେନ୍ୟୁଜ୍):ସରପଞ୍ଚ ପ୍ରାର୍ଥୀଙ୍କ ଦକ୍ଷତା ମାପିଲେ ଗ୍ରାମବାସୀ । ପଦବୀ ପାଇଁ ଖାତା କଲମ ଧରି ପରୀକ୍ଷା ଦେଲେ ପ୍ରାର୍ଥୀ । ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଳକ ମାଲୁପଡାରେ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଗ୍ରାମବାସୀ । ପ୍ରତିଶ୍ରୁତି ଦେଇ ଭୋଟ ମାଗୁଥିବା ପ୍ରାର୍ଥୀ ବିଜୟ ପରେ କଣ କରିବେ, ସେନେଇ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଲିଖିତ ପରୀକ୍ଷା କରାଇଛନ୍ତିି । ଏହି ପଞ୍ଚାୟତରେ ମୋଟ ୯ଜଣ ପ୍ରାର୍ଥୀ ଛିଡା ହୋଇଥିବା ବେଳେ ୮ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ ।

ସେମାନଙ୍କ ମଧ୍ୟରୁ ୩ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଗ୍ରାମବାସୀ ଭୋଟ ଦେବାକୁ ସ୍ଥିର କରିଛନ୍ତି । ସରପଞ୍ଚ ପ୍ରାର୍ଥୀ ହେବାର ୫ଟି ଉଦ୍ଦେଶ୍ୟ କଣ ?, ସରପଞ୍ଚ ଭାବେ ଯଦି ନିର୍ବାଚିତ ହୁଅନ୍ତି, ଆଗାମୀ ୫ ବର୍ଷ ପାଇଁ କଣ ଲକ୍ଷ୍ୟ ରହିବ, ନିର୍ବାଚିତ ହେଲା ପରେ ଘରଘର ବୁଲି ଲୋକଙ୍କ ସେବା କରିବେ କି, ଏହିଭଳି ୭ଟି ପ୍ରଶ୍ନର ଉତ୍ତର ଲେଖିଥିଲେ ପ୍ରାର୍ଥୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.