ଏବେ ପାଣିର ଜୁଆର ଉପରେ ଚାଲିବେ ଆଉ ମଜା ନେବେ 

ପାଣି ଉପରେ ଚାଲିବା କଥା ତ ଆପଣ ପୁରାଣ ଯୁଗରେ ଦେଖିଥିବେ । ମାତା ସୀତାଙ୍କୁ ଲଙ୍କାରୁ ଫେରାଇ ଆଣିବା ପାଇଁ ରାମଚନ୍ଦ୍ର ଯାଇଥିଲେ ରାମସେତୁ ଉପରେ ଚଢି । ଯାହା ସମୁଦ୍ରରେ ଭାସମାନ ଅବସ୍ଥାରେ ଥିଲା । କିନ୍ତୁ ଏ-ଯୁଗରେ କଣ ଏଭଲି କିଛି ହୋଇପାରେ । ହଁ ଆଜ୍ଞା ବିଜ୍ଞାନର ଜୟ ଯାତ୍ରାରେ ଆପଣ ଏବେ ଜଳଯାତ୍ରା କରିପାରିବେ । ମାନେ ପାଣି ଉପରେ ଚାଲିପାରିବେ । ଏମିତିକି ପାଣିର ଢେଉକୁ ବି ଉପଭୋଗ କରିପାରିବେ । କିନ୍ତୁ ହଁ ଆପଣଙ୍କୁ ଏଥିପାଇଁ ଯିବାକୁ ପଡିବ କେରଳ ।

ଏବେ ଆପଣ ଭାବୁଥିବେ, ପାଣି ଉପରେ କେମିତି ଜଣେ ଚାଲିବ ଯେ । ଆଜ୍ଞାହଁ, ପାଣି ତ ପାଣି ପାଣି ଏବେ ପାଣିର ଢେଉରେ ବି ଆପଣ ପାଦ ରଖିବେ । ଆଉ ପୁରା ଜୁଆରିଆ ଢେଉର ଅନୁଭବ କରିବେ । ଖାଲି ଯାହା ଏକ ପରସ୍ତ ରହିବ ସମୁଦ୍ରର ଥଣ୍ଡା ପାଣି ଆଉ ଆପଣଙ୍କ ପାଦ ମଧ୍ୟରେ ।

କହିରଖୁଛୁ କେରଳର କୋଜିକୋଡେରେ ଏକ ନୂତନ ଭାବରେ ନିର୍ମିତ ଭାସମାନ ସେତୁ ରହିଛି । ଯାହା ଆପଣଙ୍କୁ ଉପରୋକ୍ତ ଅନୁଭବ ଦେବ । କୋଜିକୋଡେର ବିପୋର ବେଳାଭୂମିରେ ଏହି ସେତୁ ଉପରେ ରହି ଜଳ ତରଙ୍ଗର ମଜା ନେଇପାରିବେ ଲୋକେ । ଏହାର ଭିଡିଓ ଦେଖିଲେ ଆପଣ ଜାଣିପାରିବେ କିଭଳି ଭାବେ ଏହାକୁ ଉପଭୋଗ କରୁଛନ୍ତି ସମସ୍ତେ । ଏହି ଭିଡିଓକୁ ୩ଲକ୍ଷ ଥର ଦେଖାଯିବା ସହ ହଜାର ହଜାର କମେଣ୍ଟ ଦେଇଛନ୍ତି ଭିୟୁଅର୍ସ । ମାର୍ଚ୍ଚ ୩୧ରେ ଏହି ସେତୁକୁ ଉଦଘାଟନ କରାଯାଇଛି ।

ଜାଣନ୍ତି ଏହାର ଖାସ ହେଉଛି, ସେତୁଟି ଗୋଟିଏ ସମୟରେ ୫୦୦ଲୋକଙ୍କୁ ନେଇପାରିବ । ଅବଶ୍ୟ ବର୍ତ୍ତମାନ ଏହି ସେତୁରେ ୫୦ଜଣଙ୍କୁ ଅନୁମତି ଦିଆଯିବ, ଆଉ ସେମାନଙ୍କୁ ଲାଇଫ ଜ୍ୟାକେଟ ପିନ୍ଧିବାକୁ ପଡିବ । ସେତୁର ଶେଷ ଭାଗରେ ଏକ ୧୫ମିଟର ଚଉଡା ପ୍ଲାଟଫର୍ମ ରହିଛି ଯାହା ଲୋକଙ୍କୁ ସମୁଦ୍ରର ଉପଯୁକ୍ତ ଓ ନିକଟତର ଦୃଶ୍ୟ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.