Below header

ବୈଜ୍ଞାନିକଙ୍କ ବଡ଼ ସଫଳତା, ଏଣିକି ଅର୍ଡର ଦେଲେ ଲ୍ୟାବରେ ତିଆରି ହୋଇଯିବ କିଡନୀ

ଏଣିକି ପ୍ରତ୍ୟାରୋପଣ ପାଇଁ ରହିବନି କିଡନୀର ଅଭାବ । ଖୋଜିବାକୁ ପଡିବନି ଏମିତି ବ୍ୟକ୍ତି ଯିଏ କିଡନୀ ଦେବା ପାଇଁ ରାଜି । କାରଣ ଏଣିକି ଲ୍ୟାବରେ ତିଆରି ହେବ କିଡନୀ । ବାସ୍ ଅର୍ଡର ଦେବେ ଆଉ କିଡନୀ ତିଆରି ହୋଇଯିବ । ଏଭଳି ସଫଳତା ଅର୍ଜନ କରିଛନ୍ତି ଜାପାନର ବୈଜ୍ଞାନିକ ।

କିଡନୀ ଦାନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କଠାରୁ ମାତ୍ର କିଛି ଷ୍ଟେମ୍ ସେଲ୍ସର ବ୍ୟବହାର କରି ମୂଷା ମାନଙ୍କ ଶରୀରରେ ଏହି କିଡନୀ ବିକଷିତ କରାଯାଇପାରିବ । ଜାପାନର ଏକ ଇନଷ୍ଟିଚ୍ୟୁଟର ଏହି ବିଶେଷଜ୍ଞ କହିବା ଅନୁଯାୟୀ, କିଡନୀ ଖରାପ ହେଲେ ପ୍ରତ୍ୟାରୋପଣର ଆବଶ୍ୟକତା ପଡିଥାଏ । କିନ୍ତୁ ଏବେ ବହୁତ କମ୍ ଲୋକ କିଡନୀ ଦାନ କରିବାକୁ ଚାହୁଁଛନ୍ତି । ଯାହା ଫଳରେ ପ୍ରତ୍ୟାରୋପଣ ହୋଇପାରୁନାହିଁ ।

ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ମାନବଶରୀର ବାହାରେ ଏହାକୁ ତିଆରି କରିବା ପାଇଁ କାମ କରୁଛନ୍ତି ଏହି ବିଶେଷଜ୍ଞ। ଆଉ ଏହାର ଫଳାଫଳ ମଧ୍ୟ ଖୁବ୍ ଉତ୍ସାହଜନକ ଥିଲା । ଏହି ପ୍ରକ୍ରିୟାରେ ଏକ ମୂଷା ଶରୀରେ କିଡନୀ ତିଆରି କରାଯାଇଥିଲା । ଏବଂ ଏଥିରେ ସକ୍ଷମ ମଧ୍ୟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.