Below header

ଯଦି ଆପଣଙ୍କ ପାଖରେ ଅଛି LICର ପଲିସି ତେବେ ପଢ଼ନ୍ତୁ ଏହି ଖବର,ଗ୍ରାହକଙ୍କୁ ପଠାଯାଉଛି ଏହି ଖାସ SMS

ଯଦି ଆପଣ ମଧ୍ୟ ଜୀବନ ବୀମା ନିଗମ ବା ଏଲଆଇସିର ପଲିସି ନେଇଛନ୍ତି ତେବେ ଏହି ଖବରକୁ ଧ୍ୟାନରେ ପଢ଼ନ୍ତୁ। ଏଲଆଇସି ଏବେ ନୂଆ ରୁପ ହେବାକୁ ଯାଉଛି । ଅର୍ଥାତ୍ ଏଲଆଇସି ଏବେ ଡିଜିଟାଲ୍ ହେବାକୁ ଯାଉଛି । କମ୍ପାନୀ ୧ ମାର୍ଚ୍ଚ ୨୦୧୯ ରୁ ଅଟୋମେଟେଡ୍ ଏସଏମଏସ୍ ଜରିଆରେ ପଲିସି ହୋଲ୍ଡର୍ସଙ୍କୁ ପ୍ରିମିୟମ୍ ସହ ଜଡିତ ଥିବା ବିବରଣୀ ଦେବାକୁ ଯାଉଛି । ପ୍ରିମିୟମ୍ ହେବା ପରେ ରିମାଇଣ୍ଡର ମଧ୍ୟ ଏସଏମଏସ୍ ଜରିଆରେ ହିଁ ଦିଆଯିବ । ଯଦି ଆପଣଙ୍କୁ ଏହି ଏସଏମଏସ୍ ମିଳୁଛି ତେବେ ଆପଣଙ୍କ ନମ୍ବର ଏଲଆଇସି ସହ ଜଡିତ ହୋଇ ରହିଛି ।

life insurance corporationଏବଂ ଯଦି ଆପଣଙ୍କୁ କୌଣସି ଏସଏମଏସ୍ ମିଳୁନାହିଁ ତେବେ ଆପଣଙ୍କ ନମ୍ବର ରେଜିଷ୍ଟର୍ ହୋଇନାହିଁ କିମ୍ବା ଅପଡେଟ୍ ହୋଇନାହିଁ । ଏଭଳି ସ୍ଥିତିରେ ଆପଣଙ୍କୁ ତୁରନ୍ତ ନିଜ ନମ୍ବରକୁ ରେଜିଷ୍ଟର କିମ୍ବା ନୂଆ ନମ୍ବର ହୋଇଥିଲେ ତାହାକୁ ଅପଡେଟ୍ କରିବାକୁ ପଡିବ ।

ଏହା ସହ ପଢ଼ନ୍ତୁ : ଝିଅ ବିବାହ ପାଇଁ ଚିନ୍ତିତ ? ତେବେ LICର ଏହି ପଲିସିରେ ଆଜିଠୁ ଜମା କରନ୍ତୁ ମାତ୍ର ୧୨୧ ଟଙ୍କା

ରେଜିଷ୍ଟର ନ କଲେ କଣ ହେବ କ୍ଷତି

ଏଭଳି ନ କଲେ ଆପଣଙ୍କୁ ଏଲଆଇସି ଅପଡେଟ୍ ମିଳିବ ନାହିଁ । ଏଥିପାଇଁ ଭବଷ୍ୟତରେ ଆପଣଙ୍କୁ ପେନାଲ୍ଟୀ ମଧ୍ୟ ଦେବାକୁ ପଡିପାରେ । ମୋବାଇଲ୍ ନମ୍ବର ରେଜିଷ୍ଟର ପାଇଁ ଆପଣ ଏଜେଣ୍ଟକୁ କଲ୍ କରିପାରିବେ ।

licକେମିତି ରେଜିଷ୍ଟର ହେବ ନମ୍ବର

ଏଲଆଇସିରେ ନମ୍ବର ରେଜିଷ୍ଟର କରିବା ପାଇଁ ଆପଣଙ୍କୁ ନିଜର ଏଲଆଇସି ଏଜେଣ୍ଟଙ୍କୁ କଲ୍ କରି ନିଜ ନମ୍ବରକୁ ଆପଣଙ୍କର ପଲିସି ସହିତ ଯୋଡିବାକୁ କହିବାକୁ ପଡିବ କିମ୍ବା ଏଥିପାଇଁ ଏଲଆଇସି ୱେବସାଇଟ୍ କୁ ଯାଇ ନମ୍ବର ଅପଡେଟ୍ କରିବାକୁ ପଡିବ । ଏଲଆଇସି ସହ ୨୫ କୋଟି ଲୋକ ଜଡିତ ହୋଇ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.