Below header

ଦଣ୍ଡଯାତ୍ରାର ଆକର୍ଷଣୀୟ ଉତ୍ସବ ପଞ୍ଚୁଦଣ୍ଡ ଯାତ୍ରା, ପଞ୍ଚକାଳୀଙ୍କ ମହାମିଳନ ଦେଖିବାକୁ ଜମେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

ଚାଲିଛି ଗଂଜାମର ପ୍ରସିଦ୍ଧ ଚୈତ୍ର ପର୍ବ ଦଣ୍ଡଯାତ୍ରା । ମାନସିକଧାରୀ ଭକ୍ତ ମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଦଣ୍ଡଯାତ୍ରାରେ ସବୁଠୁ ଆକର୍ଷଣୀୟ ହେଉଛି ପଞ୍ଚୁଦଣ୍ଡ ମହାମିଳନ । ଭଞ୍ଜନଗର ଅଂଚଳରେ ଭେଜିପୁଟ , ଜିଲୁଣ୍ଡି , ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ଠାରେ ଆୟୋଜିତ ହୋଇଯାଇଛି ପଞ୍ଚୁଦଣ୍ଡ ଯାତ୍ରା ।

ଭଞ୍ଜନଗର(କେନ୍ୟୁଜ୍): ଚାଲିଛି ଗଂଜାମର ପ୍ରସିଦ୍ଧ ଚୈତ୍ର ପର୍ବ ଦଣ୍ଡଯାତ୍ରା । ମାନସିକଧାରୀ ଭକ୍ତ ମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଦଣ୍ଡଯାତ୍ରାରେ ସବୁଠୁ ଆକର୍ଷଣୀୟ ହେଉଛି ପଞ୍ଚୁଦଣ୍ଡ ମହାମିଳନ । ଭଞ୍ଜନଗର ଅଂଚଳରେ ଭେଜିପୁଟ , ଜିଲୁଣ୍ଡି , ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ଠାରେ ଆୟୋଜିତ ହୋଇଯାଇଛି ପଞ୍ଚୁଦଣ୍ଡ ଯାତ୍ରା ।

ଦଣ୍ଡଯାତ୍ରାର ଆକର୍ଷଣୀୟ ଉତ୍ସବ ପଞ୍ଚୁଦଣ୍ଡ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ଭେଜିପୁଟ ଓ ଜିଲୁଣ୍ଡି ଗାଁ ଠାରେ । ବିଭିନ୍ନ ଦଣ୍ଡ ଦଳ ପକ୍ଷରୁ ଧୂଳିଦଣ୍ଡ , ଜଳଦଣ୍ଡ ଏବଂ ଅଗ୍ନିଦଣ୍ଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଶେଷ କରି ଏହି ଯାତ୍ରାରେ ପଞ୍ଚକାଳୀଙ୍କ ମହାମିଳନ ସବୁଠାରୁ ଆକର୍ଷଣୀୟ ହୋଇଥିଲା।

ଅଧିକାଂଶ ସ୍ଥାନରେ ଦୀର୍ଘବର୍ଷ ପରେ ଏଭଳି ପଞ୍ଚୁଦଣ୍ଡ ଯାତ୍ରା ଓ କୋଭିଡ୍ କଟକଣା ସମୟରେ ଦଣ୍ଡଯାତ୍ରାର ଗହଳିଚହଳି ଶିଥିଳ ପଡ଼ିଯାଇଥିବା ବେଳେ, ଚଳିତବର୍ଷ  ଦଣ୍ଡଯାତ୍ରା ଓ ପଞ୍ଚୁଦଣ୍ଡ ଆୟୋଜନ ଭକ୍ତ ମାନଙ୍କୁ ବେଶ୍ ଉତ୍ସାହିତ କରିଥିଲା । ଏପରିକି ଜିଲୁଣ୍ଡି ଠାରେ ଆୟୋଜିତ ପଞ୍ଚୁଦଣ୍ଡ ମହାମିଳନ ଯାତ୍ରାରେ ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖ ମଧ୍ୟ , ପଞ୍ଚକାଳୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଜିଲୁଣ୍ଡି ଠାରେ ଆୟୋଜିତ ପଞ୍ଚୁଦଣ୍ଡ ଉତ୍ସବରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

maa
ବିଭିନ୍ନ ସ୍ଥାନରେ ହେଉଥିବା ଦଣ୍ଡଯାତ୍ରା ଏବଂ ପଞ୍ଚୁଦଣ୍ଡ ମହାମିଳନ ଯାତ୍ରା ଦେଖିବାକୁ ଭକ୍ତଙ୍କ ଭିତରେ ଯେତିକି ଉତ୍ସାହ ଦେଖିବାକୁ ମିଳିଛି , ଦର୍ଶକଙ୍କ ଭିତରେ ସେତିକି ଆଗ୍ରହ ସୃଷ୍ଟି ହୋଇଛି ରାତ୍ରିରେ ଆୟୋଜନ ହେଉଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବା ପାଇଁ । ବିଭିନ୍ନ ଯାତ୍ରା ଦଳ ପକ୍ଷରୁ ବ୍ୟୟବହୁଳ ଯାତ୍ରା ନାଟକ ପରିବେଷଣ, ଆଉ ଏକ ଆକର୍ଷଣ ହୋଇଛି ।

ଗଂଜାମ ପ୍ରସିଦ୍ଧ ଏହି ଦଣ୍ଡଯାତ୍ରା ଓ ପଞ୍ଚୁଦଣ୍ଡ ଯାତ୍ରା ଦେଖିବା ପାଇଁ ବାହାର ରାଜ୍ୟରେ ରହୁଥିବା ଜିଲ୍ଲାର ଅଧିକାଂଶ ପରିବାର ଏବଂ ଯୁବପିଢି ମାନେ ନିଜ ନିଜ ଗାଁ କୁ ଆସିଥାନ୍ତି ଏହା ଯାତ୍ରାରେ ସାମିଲ୍ ହେବାପାଇଁ । ବିଶେଷ କରି ୧୩ ଦିନ ଧରି ଆୟୋଜିତ ହେଉଥିବା ଦଣ୍ଡଯାତ୍ରାର ସୁଯୋଗକୁ ଜିଲ୍ଲାର କୌଣସି ଜନସାଧାରଣ ହାତଛଡ଼ା କରିବାକୁ ଚାହିଁନଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.