Below header

ଘାସ ଖାଇବା ପାଇଁ ଜିରାଫ କଲା ଏମିତି ଯୋଗାଡ଼, Video ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ

ଉଚ୍ଚତା ଦେଖିଲେ ଜିରାଫଠାରୁ ବୋଧହୁଏ କେହି ବଡ଼ ପ୍ରାଣୀ ନାହାନ୍ତି। କିନ୍ତୁ ଯେତେବେଳେ ଘାସ ଚରିବା କଥା ଆସିଥାଏ, ସେତେବେଳେ ଏହି ଲମ୍ବା ପ୍ରାଣୀକୁ ବି ମୁଣ୍ଡ ନୁଆଁଇବାକୁ ପଡ଼ିଥାଏ। ଆପଣ କେବେ ଜିରାଫକୁ ଘାସ ଚାରୁଥିବାର ଦେଖିଛନ୍ତି? ଏବେ ସୋସିଆଲ ମିଡିଆରେ ଏକ ଜିରାଫ ଘାସ ଚାରୁଥିବାର ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି।

gbh

ଭିଡ଼ିଓଟିକୁ ଦେଖିଲେ ଆପଣ କିଛି ସମୟ ଭ୍ରମରେ ପଡ଼ିଯିବେ। ସତରେ ଜିରାଫଟି ଘାସ ଚରୁଛି ନା ୱାର୍କଆଉଟ କରୁଛି। କିନ୍ତୁ ଏହା ସତ ଯେ ଜିରାଫ ଘାସ ଚରୁଛି। ଆଉ ତାହା ବି ଖୁବ ମଜାରେ। ଜିରାଫର ଏହି ମଜାଦାର ଘାସ ଚରା ଭିଡ଼ିଓକୁ ଏ ପର୍ଯ୍ୟନ୍ତ ୬୦ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି।

ddz

ଏହି ଭିଡ଼ିଓକୁ ଟୁଇଟର ୟୁଜର @DannyDutch ସେୟାର କରିଛନ୍ତି। ସେ ଏହାର କ୍ୟାପସନ ଲେଖିଛନ୍ତି, ‘ମୁଁ ପୂର୍ବରୁ କେବେ ଭାବି ନ ଥିଲି କି ପ୍ରକୃତରେ ଜିରାଫ କେମିତି ଘାସ ଚରିଥାଏ। କିନ୍ତୁ ଏହା ଦେଖିବାକୁ ବହୁତ ମଜା ଲାଗିଲା’। ଏହାକୁ ୪୧ ହଜାର ରିଟୁଇଟ ଏବଂ ୧ ଲକ୍ଷ ୮୦ ହଜାରରୁ ଅଧିକ ପ୍ରତିକ୍ରିୟା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.