ଏତେ କୋଟି ବଜେଟରେ ପ୍ରସ୍ତୁତ ହେବାକୁ ଯାଉଛି ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ନିର୍ଦ୍ଦେଶକ ଓମ ରାଉତ ଫିଲ୍ମ ‘ଆଦିପୁରୁଷ’ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । କରୋନା ଲକଡାଉନ୍ ପରେ ଏହା ସବୁଠାରୁ ବଡ ଭାରତୀୟ ଚଳଚ୍ଚିତ୍ର ହେବ ବୋଲି ଖବର ରହିଛି ।

ଖବର ଅନୁଯାୟୀ ଏହି ଚଳଚ୍ଚିତ୍ରର ବଜେଟ୍ 400 କୋଟି ଟଙ୍କା ରଖାଯାଇଛି । ତେବେ ପ୍ରଭାସଙ୍କ ସହିତ ହାଇ ବଜେଟ୍ ଚଳଚ୍ଚିତ୍ରର ନାମ ଯୋଡିହୋଇ ଚାଲିଛି । ବାହୁବଳୀର କୋଟି କୋଟି ବଜେଟ୍ ପରେ ‘ସାହୋ’ ମଧ୍ୟ 350 କୋଟି ବଜେଟର ଥିଲା । ତେବେ ବର୍ତ୍ତମାନ ନିର୍ଦ୍ଦେଶକ ଓମ ରାଉତ ‘ଆଦିପୁରୁଷ’କୁ ନେଇ ମଧ୍ୟ ଏହିଭଳି ଯୋଜନା କରୁଛନ୍ତି ।


ଖବର ଅନୁଯାୟୀ, ଆଦିପୁରୁଷର ବଜେଟ୍ ପ୍ରାୟ 350 ରୁ 400 କୋଟି ଭିତରେ ହେବ। ଯାହା ପ୍ରମାଣ କରୁଛି ଯେ ଫିଲ୍ମର ସ୍କେଲ ପରଦାରେ କେତେ ରହିବ । ତାନାଜୀ ଦ ଅନ୍‌ସଙ୍ଗ ୱାରିୟରର ସଫଳତା ପରେ, ଲୋକମାନେ ‘ଆଦିପୁରୁଷ’ରେ ମଧ୍ୟ ସେହିଭଳି ଭିଜୁଆଲ୍ ଦେଖିବାକୁ ଚାହାଁନ୍ତି । ତେବେ ଫିଲ୍ମର ସୁଟିଂ 2021 ମସିହାରୁ ଆରମ୍ଭ ହେବ । ଏଥି ସହିତ, 2022 ରିଲିଜ୍ ହେବାର ତାରିଖ ସ୍ଥିର କରାଯାଇଛି । ଅର୍ଥାତ୍ ଏହା ଆସନ୍ତା ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ହେବାକୁ ଯାଉଛି । ଆଦିପୁରୁଷ ଚଳଚ୍ଚିତ୍ରକୁ ଅନ୍ୟ ଲୋକପ୍ରିୟ ଭାଷା ସହିତ ହିନ୍ଦୀ, ତେଲୁଗୁ, ତାମିଲ ଏବଂ ମାଲାୟାଲମ୍ ଭାଷାରେ ବି ଡବିଂ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.