ଆଇସ୍କ୍ରିମ ପାଇଁ ଗଲା ୯ ବର୍ଷ ଝିଅର ଜୀବନ, କାରଣ ଜାଣି ହେବ ନାହିଁ ବିଶ୍ବାସ

ଲଣ୍ଡନ : ସ୍ପେନରେ ଛୁଟି ବିତାଉଥିବା ୯ବର୍ଷର ଝିଅର ଆଇସ୍କ୍ରିମ୍ ଖାଇବା କାରଣରୁ ମ୍ରୁତ୍ୟୁ ହୋଇଛି। ଇଂଲଣ୍ଡର ବାସିନ୍ଦା ଝିଅର ପରିବାରର କହିବାନୁଯାୟୀ, ନାବାଳିକା ଜଣଙ୍କୁ ବାଦାମରୁ ଆଲର୍ଜି ରହିଥିଲା। ଏହି ସମୟରେ ଆଇସ୍କ୍ରିମ୍ ମଧ୍ୟରେ ବାଦାମ ରହିଥିଲା କିନ୍ତୁ ଏହା ବିଷୟରେ ନାବାଳିକା ଜଣଙ୍କ ଜାଣିନଥିଲେ। ଫଳରେ ବାଦାମ ଯୁକ୍ତ ଆଇସ୍କ୍ରିମ୍ ଖାଇବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

girl

ଘଟଣାନୁଯାୟୀ, ନାବାଳିକା ଜଣଙ୍କ ପରିବାର ସହ ସ୍ପେନକୁ ଛୁଟି ମନାଇବା ପାଇଁ ଯାଇଥିଲେ। ସେଠାରେ ବୁଲୁଥିବା ସମୟରେ ଏକ ଦୋକାନରୁ ସେ ଆଇସ୍କ୍ରିମ୍ ଖାଇଥିଲେ। ଏହାର ଠିକ୍ କିଛି ସମୟ ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ପରିବାର ଲୋକ ତାଙ୍କୁ ତୁରନ୍ତ ମଲାଗା ଡାକ୍ତରଖାନା ନେଇଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ନିଶ୍ଚିତ ପଢ଼ନ୍ତୁ:  ଆଣ୍ଟିନା ଉପରେ ଅଜଗରର ପକ୍ଷୀ ଶିକାର , ଦେଖନ୍ତୁ ଏହି ଭିଡିଓ

ଘଟଣା ବିଷୟରେ ପରିବାର ପରିଜନ ସୋସିଆଲ ମିଡିଆରେ କହିବା ପରେ ଏହା ବହୁଳ ସଂଖ୍ୟାକ ଭାଇରାଲ ହୋଇଥିଲା। ତେବେ ଏହା ପ୍ରଥମ ଥର ନୁହଁ ଏହା ପୂର୍ବରୁ ମଧ୍ୟ ଗତବର୍ଷ ଜଣେ ବ୍ୟକ୍ତି ଫ୍ଳାଇଟରେ ସାଣ୍ଡୱିଚ୍ ଖାଇବା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.