Below header

ମହିଳାଙ୍କୁ ବାରଣ ହନୁମାନଙ୍କ ପୂଜା, କିନ୍ତୁ କାହିଁକି?

ଆମ ହିନ୍ଦୁ ସମାଜରେ ପ୍ରତି ମଙ୍ଗଳବାର ଦିନ ପୂଜା କରାଯାଏ ହନୁମାନଙ୍କୁ ହନୁମାନଙ୍କର ପୂଜା କରିବା ଦ୍ବାରା ଆମର ସବୁ କଷ୍ଟ ଓ ସଂକଟ ଦୂର ହୋଇଯାଇଥାଏ ଏବଂ ଏହା ସହିତ ଭୂତ ପ୍ରେତର ଭୟ ମଧ୍ୟ ରହେ ନାହିଁ । ଆପଣ ଶୁଣିଥିବେ ଯେ ହନୁମାନଙ୍କର ପୂଜାରେ ମହିଳାମାନେ ସାମିଲ ହୁଅନ୍ତି ନାହିଁ। ନିଜେ ସିଧାସଳଖ ପୂଜା କରିବା କଥା ନୁହେଁ । ଆପଣ ଜାଣନ୍ତି କି ଏପରି କାହିଁକି କୁହାଯାଇଛି। ମହିଳାମାନେ ମନ୍ଦିରକୁ ଯାଇ ଦୂରରୁ ପୂଜା କରିବା ଉଚିତ। କିନ୍ତୁ ଏହା ପଛରେ ଥିବା ଅସଲ କାହାଣୀ କଣ ଏକଥା ଖୁବ୍ କମ୍ ଲୋକଙ୍କୁ ଜଣା ଥିବ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କାହିଁକି ମହିଳାମାନଙ୍କୁ ହନୁମାନଙ୍କ ପାଖକୁ ଯିବାକୁ ମନା କରାଯାଇଛି।

hanuman

ପୌରାଣିକ ତଥ୍ୟ ଅନୁଯାୟୀ ହନୁମାନ ସବୁବେଳେ ସ୍ତ୍ରୀ ଜାତିକୁ ଅଭିବାଦନ କରୁଥିଲେ, ଏବଂ ସେମାନଙ୍କୁ ମାଭଳି ମାନୁଥିଲେ। ଏହି କାରଣରୁ ତାଙ୍କ ସାମ୍ନାରେ କୌଣସି ମହିଳା ମୁଣ୍ଡ ନୁଆଁଇବା ତାଙ୍କୁ ବିଲକୁଲ ମଧ୍ୟ ସ୍ବୀକାର ନଥିଲା। କିନ୍ତୁ ଏହା ନୁହେଁ ଯେ ସ୍ତ୍ରୀମାନେ ତାଙ୍କ ପୂଜା କରି ପାରିବେନାହିଁ। ଏ କଥା କୌଣସି ଗ୍ରନ୍ଥ ଏବଂ ଶାସ୍ତ୍ରରେ ଲେଖା ହୋଇନାହିଁ କି ମହିଳାମାନେ ବଜରଙ୍ଗବଲୀଙ୍କର ପୂଜା କରିପାରିବେ ନାହିଁ।

hanuman

ଶ୍ରୀରାମ ଚରିତ ମାନସରେ କୁହାଯାଇଛି ହନୁମାନ ପ୍ରତ୍ୟକ ମହିଳାଙ୍କୁ ସମ୍ମାନ ଦେଇଛନ୍ତି ଏବଂ ସେମାନଙ୍କୁ ମାସମାନ ବିଚାର କରିଥାନ୍ତି। ଏହି କାରଣରୁ ଲୋକମତରେ ପ୍ରଚଳିତ ହେଲା ଯେ କୌଣସି ମହିଳା ହନୁମାନଙ୍କର ପୂଜା କରିପାରିବେ ନାହିଁ। ଏହାର ତାତ୍ପର୍ଯ୍ୟ ଏଇ ଯେ ଏହି ସବୁ ପ୍ରଥା ଲୋକଙ୍କ ଦ୍ବାରା କରାଯାଇଛି, କୌଣସି ଗ୍ରନ୍ଥ କିମ୍ବା ପୁରାଣରେ ଏହି କଥାର ଉଲ୍ଲେଖ କରାଯାଇନାହିଁ ଯେ ହନୁମାନ ନାରୀଙ୍କର ପୂଜାକୁ ସ୍ବୀକାର କରନ୍ତି ନାହିଁ।

hanuman1

ଯଦି ଆପଣ ମଧ୍ୟ ହନୁମାନଙ୍କର ପୂଜା କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହନୁମାନଙ୍କର ପୂଜା କରିବା ମହିଳାଙ୍କ ପାଇଁ ସେତିକି ଲାଭଦାୟକ ହୋଇଥାଏ ଯେତିକି ଜଣେ ପୁରୁଷଙ୍କ ପାଇଁ ହୋଇଥାଏ।

ଏହା ସହ ପଢ଼ନ୍ତୁ : ଘରେ ସଦାସର୍ବଦା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି, ତେବେ ଶୁକ୍ରବାର ଦିନ କରନ୍ତୁ ଏହି ୭ଟି ଉପାୟ

ଏଥିପାଇଁ ଆପଣଙ୍କୁ କୌଣସି ବିଶେଷ ପୂଜା କରିବାର ଆବଶ୍ୟକତା ନାହିଁ। କେବଳ ବଜରଙ୍ଗବଲୀଙ୍କର ପୂଜା ସମୟରେ ଏହି କଥା ଧ୍ୟାନ ରଖିବେ ଯେ ଯେମିତି ମନ ସ୍ବଚ୍ଛ ଏବଂ ସତ୍ୟ ରହିବା ଆବଶ୍ୟକ ମନରେ କୌଣସି ପ୍ରକାରର ଖରାପ ଭାବନା ଆଣିବା ଉଚିତ ନୁହେଁ । ନିଷ୍ଠାର ସହ ପୂଜା ଓ ଧ୍ୟାନ କଲେ ପବନ ପୁତ୍ର ହନୁମାନ ଆପଣଙ୍କର ମନସ୍କାମନା ଶୀଘ୍ର ପୁର୍ଣ୍ଣ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.