ପୁରୀ: ବାଲିଡିଆ ଗାଁରେ ଅଘଟଣ, ଗ୍ୟାସ ଟାଙ୍କି ଫାଟି ଜଳିଗଲା ୩ଟି ପରିବାରର ୫ବଖରା ଘର

ପୁରୀ(କେନ୍ୟୁଜ୍): ପୁରୀ ଅସ୍ତରଙ୍ଗ ବ୍ଳକ ବାଲିଡିଆ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ବଖରା ଘର । ୩ଟି ପରିବାରର ୫ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ନଷ୍ଟ ହୋଇଛି । ବିଶେଷ କରି ରମେଶ ଗୁରୁ ଓ ତାର ଝିଅ ବାହାଘର ପାଇଁ ଯାହା ସବୁ ଜିନିଷ ରହିଥିଲା ସବୁ ପୋଡିଯାଇଛି । ଝିଅ ବାହାଘର ପାଇଁ ୮୦ହଜାର ଟଙ୍କା ସହ ଅନେକ ସାମଗ୍ରୀ ପୋଡି ଯାଇଛି । ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରଙ୍କୁ ସାହାଯ୍ୟ କରିବାକୁ ସାହାଯ୍ୟର ହାତ ବଢାଇବାକୁ ଆଗେଇ ଆସିଛନ୍ତି ବାଲିଡିଆ ଗାଁ ଲୋକେ । ଗାଁରେ ଘରକୁ ଘରକୁ ବୁଲି ଟଙ୍କା, ଚାଉଳ, ଶାଢୀ ଆଦି ଆଦାୟ କରି କ୍ଷତିଗ୍ରସ୍ତଙ୍କୁ ଦେଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.