Below header

କବରରେ ରହିବାକୁ ଲାଗିଲେଣି ହଂଗକଂଗର ବାସିନ୍ଦା, ଜାଣନ୍ତୁ କେତେ ଏହାର ଦାମ୍‌

ହଂଗକଂଗରେ ଲୋକମାନେ ବାସ କରିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଅଧିକାଂଶ ଲୋକମାନେ କଫିନ୍‌ ରେ ଘରି କରିବା ରହିବା ପାଇଁ ବାଧ୍ୟ ହୋଇଛନ୍ତି। ୧୫ ସ୍କୋୟାର ଫୁଟର ଏହି କବର ବକ୍ସରେ ଲୋକମାନେ ନିଜ ଜୀବନ ଅତିବାହିତ କରୁଛନ୍ତି। ତେବେ ଜାଣନ୍ତୁ କିପରି ଏଠାରେ ସେମାନେ ବାସ କରୁଛନ୍ତି।

ବାସ ସ୍ଥାନର ମୂଲ୍ୟ ଦିନକୁ ଦିନ ବଢୁଥିବାରୁ ବଡ ବଡ ଦେଶ ଏବଂ ସହରର ସ୍ଥିତି ଖରାପ ହେବାରେ ଲାଗିଛି। ଯେଉଁ ସ୍ଥାନ ଯେତିକି ଉନ୍ନତ ହେଉଛି ସେଠାର ଜମିର ଏକ ଛୋଟ ଅଂଶ ମଧ୍ୟ ସେତିକି ମଧ୍ୟ ତାଠାରୁ ଅଧିକ ରହିଛି। ହଂଗକଂଗ ସହରରେ ମଧ୍ୟ ଏହି ଅସୁବିଧା ଦେଖିବାକୁ ମିଳିଛି। ପାଖାପାଖି ୭.୫ ମିଲିୟନ ଅଞ୍ଚଳରେ ଲୋକମାନେ ଏଭଳି ଗୋଟିଏ ବଡ କଫିନ୍‌ ଭିତରେ ହିଁ ବାସ କରୁଛନ୍ତି। କଫିନ୍‌ ତିଆରି କରୁଥିବା ଲୋକମାନେ ରିୟଲ ଏଷ୍ଟେଟ ସହ ସମ୍ପର୍କ ରଖିଥାନ୍ତି। ଏହି କଫିନ୍‌ ବା କବର ତିଆରି କରିବା ପାଇଁ ଲୋକମାନେ ପାଖାପାଖି ୪୦୦ ସ୍କୋୟାର ଫୁଟ୍‌ ଘର କିଣିଥାନ୍ତି। ତାପରେ ସେହି ସ୍ଥାନକୁ କଫିନ୍‌ କ୍ୟୁବିକଲରେ ବଦଳେଇଥାନ୍ତି। ଏହି ବେଡର ମୂଲ୍ୟ ପାଖାପାଖି ୧୭ ହଜାର ୭୮୧ ଟଙ୍କା।

Hong-Kongଏହି ସ୍ୱତନ୍ତ୍ର ଧରଣର କବର ଘରେ କେବଳ ଜଣେ ଲୋକ ନୁହେଁ ବରଂ ପୁର ପରିବାର ରହିପାରିବେ। ହଂଗକଂଗରେ ଅଣ୍ଡରପ୍ରିଭିଲେଜ୍ଡ ଲୋକମାନଙ୍କ ଜୀବନକୁ ସୁନ୍ଦର କରିବା ପାଇଁ କାମ କରୁଥିବା ଲୋକମାନେ ଗୋଟିଏ ଏନଜିଓ ଦ ସୋସାଇଟି ଫର କମ୍ୟୁନିଟୀ ଅର୍ଗାନାଇଜେସନ ଅନୁସାରେ ପାଖାପାଖି ୨ ଲକ୍ଷ ଲୋକମାନଙ୍କ ମଧ୍ୟରୁ ୪୦ ହଜାର ପିଲା ଏହି ଘରେ ରହୁଛନ୍ତି।

ଏହାସହ ପଢନ୍ତୁ: ଅନ୍ତରୀକ୍ଷକୁ ଯିବାପରେ ମହାକାଶଚାରୀଙ୍କ ଶରୀରରେ ଦେଖାଦିଏ ଏଭଳି ଅସ୍ୱାଭାବିକ ପରିବର୍ତ୍ତନ

roomଏଠାରେ ରହୁଥିବା ଅଧିକାଂଶ ଲୋକମାନେ କୌଣସି ରେଷ୍ଟୁରାଣ୍ଟ, ସପିଂଗ ମଲ୍‌ ରେ ସିକ୍ୱୋରିଟୀ ଗାର୍ଡ ଏବଂ ଡେଲିଭରୀ କାମ କରିଥାନ୍ତି। ଘର ଗୁଡିକ ଏତେ ଛୋଟ ଯେ ୬ ଫୁଟ୍‌ ଉଚ୍ଚାର ଜଣେ ଲୋକ ମଧ୍ୟ ସଠିକ୍‌ ଭାବେ ଛିଡା ହୋଇପାରିବେ ନାହିଁ। ଅଧିକ ଡେଙ୍ଗା ଲୋକମାନେ ମଧ୍ୟ ଶୋଇବାରେ ଅସୁବିଧା ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.